STORYMIRROR

Mamatamanjari Das

Romance Tragedy

3  

Mamatamanjari Das

Romance Tragedy

ଅନୁତାପ

ଅନୁତାପ

1 min
389

ତୁମେ ଚାଲିଗଲ

ଶୂନ୍ୟ ପଥେ ବନ୍ଧୁ

ମୁଁ ଜଳେ ଅନୁତାପେ

ତୁମର ସେ କୋହଭରା

ଶେଷକଥା କେଇପଦ

ଆକ୍ତା ମାକ୍ତା କରି

ପିଟି ହୁଏ ମୋର ହୃଦୟ କାନ୍ଥେ ।

ଦେଇଗଲ ଯେଉଁ ଯେଉଁ ଅନାବିଳ ସ୍ନେହ

ଆଞ୍ଜୁଳା ମୋ ପୂର୍ଣ୍ଣ କରି

ସେହି ଆଞ୍ଜୁଳା ମୋ ଶୂନ୍ୟ ଆଜି

ତୁମକୁ ହେଉଛି ଝୁରି ।

ତୁମର ସେ ସରଳ ପଣ

ନିଷ୍କପଟ ହୃଦୟ

ମୋ ହୃଦୟରେ ଛାଇ ଯାଇଛି

ହେଲେ ଚାରିଆଡେ ଶୂନ୍ୟତା ଭରା

ତୁମକୁ ପାଇବି କୋଉଠି ?

ଯୋଉଠି ବି ଥାଅ କ୍ଷମା କରିଦିଅ

ରଖି ମୁଁ ପାରିନି ତୁମରି କଥା

ଅନୁତାପ ନିଆଁରେ ଜଳୁଛି ଯାହା ମୁଁ

ହୃଦୟେ ମୋର ଭରିଛି ଦାରୁଣ ବ୍ୟଥା ।



Rate this content
Log in

Similar oriya poem from Romance