STORYMIRROR

Chinmayee Sahoo

Tragedy Others

3  

Chinmayee Sahoo

Tragedy Others

ଅନ୍ତଃ ବିଳାପ

ଅନ୍ତଃ ବିଳାପ

1 min
179


ପ୍ରେମର ପୁଷ୍ପରୁ ବିଶ୍ୱାସ ସୁରଭି 

   ମହକାଏ ଜୀବନକୁ

ମାତୃତ୍ଵର ମଞି ବୁଣିଦିଏ ସାଥୀ

   ସମର୍ପି ଦେଇ ନିଜକୁ।


ସେ ମଞିରେ ସିଞ୍ଚି ବାତ୍ସଲ୍ୟ ମମତା

   ସୁରକ୍ଷା ରବି କିରଣେ

ଅତି ଯତନରେ ବଢାଇ ବୃକ୍ଷ ଟେ

   ସୃଷ୍ଟି ତା'ଯେଉଁ କାରଣେ।


ସେ କାରଣ ଅଟେ ଛାୟା ଫଳ ପୁଷ୍ପ

  ଜୀବନ ଧାରଣ ଲାଗି

ଫଳ ପୁଷ୍ପ ଛାୟା ନ ପାଇ ପାରିଲେ

  ରୋପଣ କାରୀ ଅଭାଗୀ।


 ନ ଦେଲେ ନ ଦେଉ ଫଳ ପୁଷ୍ପ ଛାୟା

   ଶାଖା ବା ଶିଖରେ ଯଦି

ବସା ଟିଏ ସେହି ଧାରଣେ ସମର୍ଥ

   ତୋଷ ହୁଏ ମନ ବୁଦ୍ଧି।


ନୋହିଲେ ହୁଅଇ ଅକାରଣ ଶ୍ରମ

  ଲୋକହସା ଜଗତରେ

ଅସହାୟ ପ୍ରାଣ ଅନ୍ତଃ ବିଳାପକୁ 

  ବୁଝେ କିଏ ଏ ସଂସାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy