Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Abstract

4  

Niranjan Mishra

Abstract

ଅଣସର ଘରେ କଳାଠାକୁର

ଅଣସର ଘରେ କଳାଠାକୁର

1 min
368



ଅଣସର ଘରେ କଳାଠାକୁର ମୋ

ରହିଛନ୍ତି ଆସି ଏବେ ।

ଜ୍ଵରରେ ପଡିଲେ ଜ୍ୟେଷ୍ଠ ପୂର୍ଣ୍ଣମୀରେ

ଦରଶନ ଦେଲେ ଯେବେ ।୧।

ଶହେ ଆଠ ଗରା ସୁନାକୂଅ ଜଳ

ଆସି ଅଧିବାସ ହେଲା ।

କର୍ପୂର ଚନ୍ଦନ ଜାତିଫଳ ଚୁଆ

ସୁଗନ୍ଧ ଦ୍ରବ୍ଯ ମିଶିଲା ।୨।

ମୋ କଳାଠାକୁର ଭାଇ ଭଗ୍ନୀ ଚକ୍ର

ସହ ସେ ଜଳେ କରିଲେ ସ୍ନାନ ।

ସ୍ନାନ ମଣ୍ଡପରେ ସ୍ନାନ ସାରି

ହାତୀ ବେଶେ ଦେଲେ ଦରଶନ ।୩।

ଦରଶନ ଦେଇ ଅଣସର ଘରେ

ରହିଲେ କଳାଠାକୁର ।

ରତ୍ନସିଂହାସନ ଖାଲି ପଡିଅଛି

ଜ୍ଵର କଲା ଥରହର ।୪।

ଅଣସର ଘରେ ଲୁଗା ଖଣ୍ଡେ ପିନ୍ଧି

ଚକଟା ଭୋଗ ଓ ପଣା ।

ଭୋଗ ଖାଇ ପଥି ପାଚନେ ଅଛନ୍ତି

ଷାଠିଏ ପଉଟି ମନା ।୫।

ଫୁଲୁରୀ ତେଲ ଖଳି ଲାଗି ହୋଇବେ

ଦଶମୂଳର ମୋଦକ ।

ଖାଇ ହେବେ ସୁସ୍ଥ ମୋ କଳାଠାକୁର

ଚକା ଲାଗି ହେବେ ସେ ତ ।୬।

ଲାଗିବ ତୁଳସୀ ପଡିବ ଭୋଗରେ

ଏକାଦଶୀ ଦିନଠାରୁ ।

ଉଭା ଅମାବାସ୍ୟା ଦିନ ଉଭା ହେବେ

ମୋ କାଳିଆ ମହାମେରୁ ।୭।

ନବ ଯଉବନେ ଦେବେ ଦରଶନ

ମୋହର କଳାଠାକୁର ।

ତହିଁ ପରଦିନ ହେବ ଘୋଷଯାତ୍ରା

ହେବେ ପତିତ ଉଦ୍ଧାର ।୮।


Rate this content
Log in

Similar oriya poem from Abstract