Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract Classics Fantasy

3  

Snigdha Panda

Abstract Classics Fantasy

ଅଣଲେଉଟାଣି

ଅଣଲେଉଟାଣି

1 min
137


ଟିକେ ଟିକେ କରି ଅନେକ ଦୂରକୁ 

ଘୁଞ୍ଚିଗଲା ପରେ ଅନେକଦିନ 

ଶୁଖିଲା ପତ୍ରରେ ତଥାପି କାହିଁକି

ଖୋଜୁଥାଏ ପିଲା ଦିନର ଜହ୍ନ ॥

ବାକି ରହିଥିବା ପ୍ରଶ୍ଵାସ ଭିତରେ

ଭୁଲି ସାରିଥିବା ଠିକଣା ମାଗେ 

ଅଚାନକ ସବୁ ମିଛ ପ୍ରତିଶ୍ରୁତି

ଆଉ ଥରେ ମିଠା କାହିଁକି ଲାଗେ॥


କଣ୍ଟା ଫୁଟି ରକ୍ତ ଝରିଲେ ହସିବା

ଖୁସି ରହିବାର ଚାତୁରୀ ଯାକ

ଧିରେ ଧିରେ ଶିଖି ନେବାର ବେଳ ସେ 

ପଣତରେ ବାନ୍ଧି ରହେ କାଳକ ॥

ଭସା ବାଦଲ କି ଛାଡ଼ିଯାଏ ଦାଗ 

ଆକାଶ ଛାତିରୁ ଝରିଲା ପରେ 

ଭୁଲିବାର ନୂଆ ନୂଆ ଅଭିନୟ 

ତାକୁ ଦେଖି ମନ ଅଭ୍ୟାସ କରେ ॥


ପାଶୋର କିଶୋର ନବ କିଶଳୟ 

ବାସ-ଅବାସରେ ଫୁଟି ଝାଉଁଳେ 

ନିଜ ଘର କାହିଁ ପରବାସେ ଏବେ 

ସାରା ତାରା ମାରା ପଡୁଛି ତଳେ ॥  

ସେ ଦିନ କେମିତି ସେତେବେଳେ ଥିଲା

ଭାବିବାରେ ଚୋରା ଉଲ୍ଲାସ ଆଣେ 

ଭାସିଯାଇଥିବା କାଗଜ ଡଙ୍ଗାରେ  

ଭସେଇ ଦେଇଛି ନିଜକୁ ଜାଣେ ॥ 


ସମୟ ତ ଗୋଟେ ଅମାନିଆ ପିଲା 

ଅଣଲେଉଟାଣି ରଥରେ ଚଢି 

କେବେ କାହା ପାଶେ ଅଟକିଯାଏନି 

ଯିଏ ଯେତେ ଝୁରୁ ପଛରେ ପଡ଼ି ।



Rate this content
Log in

Similar oriya poem from Abstract