Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Snigdha Panda

Abstract Classics

3  

Snigdha Panda

Abstract Classics

ଘଣ୍ଟା ବାଜୁଥିଲା

ଘଣ୍ଟା ବାଜୁଥିଲା

1 min
4



ସେ ଏ ଥର କାନ୍ଦିବା ଆରମ୍ଭ କଲା 

ଅନ୍ୟମାନେ କହିଲେ ସ୍କୁଲ୍‍ ଯିବ ନାହିଁ ବୋଲି କାନ୍ଦୁଛି 

କାନ୍ଦିବା ଭିତରେ ସେ ଗେଟ୍‍ ପାଖରେ ପହଞ୍ଚି ସାରିଥିଲା 

ଘଣ୍ଟା ବାଜୁଥିଲା ଅନେକ ବେଳଧରି

ଏଠି ଖେଳିବାକୁ ଅଛି

ସାଙ୍ଗ ଅଛି 

ମଜା କରିବାକୁ ଅଛି 

ବୁଝେଇ ବାଝେଇ ଠେଲି ଦେଲେ ଆଗକୁ ॥


ପ୍ରାର୍ଥନା ଶିଖାଗଲା

ମାତ୍ର ସେ ଭୁଲିଗଲା ଯଦିଓ ସବୁଦିନ ତାକୁ ସେ ଗାଉଥିଲା

ଅକ୍ଷର ଶିଖାଗଲା 

ମନ କଥା କେମିତି ଲେଖିବ ତା' ସେ ଶିଖି ପାରିଲା ନାହିଁ 

ଅଙ୍କ ଶିଖିଲା ପଣିକିଆ ଶିଖିଲା

ମିଶାଣ, ଫେଡାଣ, ଗୁଣନ, ହରଣ ପରୀକ୍ଷାରେ 

ବେଶି ଫେଲ୍‍ ହେଲା

ଆଉ କା'ର ଖାତା ଦେଖି ଯାହା ଲେଖିଲା

ସେଥିରେ ବି ଫେଲ୍‍ 

କେବେ କେବେ ପାଶ୍‍ କଲା ଯେ 

ନମ୍ବର ଦେଖି ଅନ୍ୟମାନେ ହସିଲେ ॥


ଗୋଟେ ପରେ ଗୋଟେ

ଘଣ୍ଟା ବାଜୁଥିଲା

ପ୍ରେମ କବିତା ପଢି ତାକୁ ଚିଠିରେ ଉତାରିଲା

ଯାହାକୁ ସେ ଚିଠି ପଠେଇଥିଲା

ପାଇ ନ ପାଇବାର ବାହାନା କରୁ କରୁ 

କୋଉ ଦୂର ଜାଗାକୁ ଗଲା ଯେ ସେଠି ପହଞ୍ଚି ପାରିଲାନି ଆଉ

ଥରକୁଥର ଲିଭିଯାଉଥିଲେ ବି ଗାରଟାଣି ଘର କଲା

ନାଚ ଶିଖିଲା ଓ ନାଚ କଲା 

ବେଳେବେଳେ ଲାଗୁଥିଲା 

ଏଇ ଗୋଟିଏ କାମ ବୋଧେ ସେ ଠିକ୍‍ ରେ ଶିଖି ପାରିଛି 

ହାୟ! ଶେଷ ପିରିୟଡ୍ ବେଳକୁ ଶୁଣି ପାରିଲା 

ତା' ବି ଠିକ୍‍ ରେ କରିପାରିନି ବୋଲି ॥


ଏଣିକି ଆଉ ଭଲଲାଗୁ ନ ଥିଲା ତା'କୁ 

ଅପେକ୍ଷା କରିଥିଲା ଘରକୁ ଫେରି ଯିବା ପାଇଁ

ଯଦିଓ ଘର ଠିକଣା ଏ ଭିତରେ ସେ ଭୁଲିଯାଇଥିଲା 

ତଥାପି ଉଚ୍ଛନ୍ନ ହେଉ ଥିଲା, ଉଚ୍ଚାଟ ହେଉଥିଲା

ଘଣ୍ଟା ବାଜୁଥିଲା

ସ୍କୁଲ୍ ଆସିବା ଦିନ ସେ ହଜେଇ ଦେଇଥିବା ହସଧାରକ 

ଓଠକୁ ଫେରି ଆସୁଥିଲା 

ଏଥର ଅନ୍ୟମାନେ ସୁଁ ସୁଁ ହେଇ

କାନ୍ଦିବା ଆରମ୍ଭ କରିଦେଇଥିଲେ ।



Rate this content
Log in

Similar oriya poem from Abstract