ଆର୍ତ୍ତନାଦ
ଆର୍ତ୍ତନାଦ
ଆଜିର ଦୈନ୍ୟ କାତର ବ୍ୟଥା
ଆକର୍ଷଇ ତୋର ଦୁଃଖ ରେ କର
ନିସ୍ବତା ଦୁଃଖ ଦୁର୍ବଳ କଣ୍ଠେ ଫୁଟେନି ଭାଷା,
ଆଉ କଣ ବା -କରିବ କାର ।
ଶୋଷିତ ଆଜି ତୋ ମୁଖ ଚାହିଁ
ବାରମ୍ବାର ସିଏ ଗଡାଏ ଲୁହ
ଏ ସବୁ ର ପ୍ରତିରୋଧ ପ୍ରଭୁ
ତୁମ ବ୍ରହ୍ମାଣ୍ଡ ରେ ତୁମେ କରିଦିଅ ।
ଏଵେ ଯେ ଡାକୁଛି ତୋର
ମଶାଣି ର ପ୍ରଳୟ ଅନଳ
ମରଣ ର ଲୌହ ହସ୍ତ ଦୃଢ଼େ
ଏ ଧରି ଆକାର୍ଶଇ ବାଳ ।
ପ୍ରଭୁ ପ୍ରଭୁ ଡ଼ାକେ ମାଟି,
ଶୂନ୍ୟ ନଭ ଛାଡେ ମହା ରଡ଼
ତୋର ରୁପ ଖୋଜି ବୁଲେ ବାୟୁ,
ବିଶ୍ୱ ରନ୍ଧ୍ରେ ରନ୍ଧ୍ରେ ଉଡ଼ ।
ତୋତେ ଲୋଡ଼େ ବନ ଗିରି,
ଲୋଡ଼େ ପୁଣି ନଦୀ ଉପତ୍ୟକା
ପୃଥ୍ଵୀ ତଳେ ଗିରି ଶୃଙ୍ଗେ ଅବା
ତୋର ସିନା ପଡ଼ିଅଛି ଡକା ।
ତୋତେ ଚାହେଁ ଝଡ଼ ବୃଷ୍ଟି,
ଚାହେଁ ପୁଣି ରୁଦ୍ର ଘଡ ଘଡି
ଋତୁ ର ଏ ବ୍ୟତିକ୍ରମ ରାଜି
ମୋ ଅଙ୍ଗନେ ମରେ କାନ୍ଦି ପଡି ।
ଶୀତ ର କାକର ଚାହେଁ,
ଚାହୁଁନାହିଁ ବସନ୍ତ ତ ମୋତେ
ଏହା କି ତୋ ସୃଷ୍ଟି ର ଜୟ ଟୀକା,
ମନରେ ଭାବିବୁ କେତେ ।
ଆଜିର ପ୍ରଳୟ ସବୁ ଡାକୁଛନ୍ତି
ମିଶି ଖୁସି ରେ ତୋତେ
ତୋ ସୃଷ୍ଟି ଭାଙ୍ଗିଣ, କରିଦେବେ
ଛିନ୍ନ ପଚାରି ତୋତେ ।
କାଳେ ମନ ନାହିଁ ସୃଷ୍ଟି ର ଖେଳ
ତୋ ଖେଳିବା ପାଇଁ
ଭାଙ୍ଗି ଦେଇ ସବୁ ନଷ୍ଟ କରୁଛନ୍ତି
ସେ ରଶିବା ପାଇଁ ।
ସୃଷ୍ଟି ଅଟେ ବଂଶୀ ତୋର,
ସେ ସ୍ଵରେ ସୃଜୁ ସୃଷ୍ଟି ର ରାଗିଣୀ
ମହାକାଳ ଶିଙ୍ଗା ତୋର,
ମୁଁ ଫୁତ୍କାରେ ମୃତ୍ୟୁ ମହା ବାଣୀ ।