STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ସବୁ ସରିଗଲା ପରେ

ସବୁ ସରିଗଲା ପରେ

1 min
240

ଧୈର୍ଯ୍ୟ ଯେବେ ପଥଚ୍ୟୁତ ହୁଏ

ଆଖି ଆଗେ କାଳିମା ପରଦା

ଢାଙ୍କି ହୋଇ ବାଟବଣା କରେ

ସହିବାର ସେ ସୀମା ପାର ପରେ

ପାଦ ବଢ଼େ ଏକ ଭିନ୍ନ ଦିଗ ଆଡେ

ଯେଉଁଠିଥାଏ ସୁନିଶ୍ଚିତ ଧ୍ବଂସ ପାରାବାର।


ସବୁକିଛି ସରିଗଲା ପରେ

ଆଖିଖୋଲେ ପରଦା ସେପାଖେ

ସ୍ତବ୍ଧ ବିବେକ ହଠାତ ନିରବିଯାଏ

ଦୁର୍ଘଟଣାର ରକ୍ତାକ୍ତ କ୍ଷତରେ।

ବାସ ରହେ ଖାଲି ବଳକା

ଅନୁତାପ ଓ ଅନୁଶୋଚନାର ଅଶ୍ରୁ

ଖୋଜିହୁଏ ଧନ୍ଦିହୁଏ ବ୍ୟସ୍ତେ

ନିଜ କଲାକର୍ମର ଆଦି ଓ ଅନ୍ତ

ପ୍ରାୟଶ୍ଚିତର ଏକ ଉଷ୍ଣ ଯାତ୍ରାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract