STORYMIRROR

ମହାଗାଲୁଆ ସନୁ

Abstract

3  

ମହାଗାଲୁଆ ସନୁ

Abstract

ଦୋ ଛକି ରେ

ଦୋ ଛକି ରେ

1 min
306

ଜୀବନ ର ଦୋ ଛକି ରେ


ମଦୁଆ କହୁଛି ବିନା ମଦରେ ଚାଲି ମୁଁ ପାରୁନି 

   ଭାଟି ବାଲା ଠି ବାକି ମୁଁ ଆଉ ପାରୁନି 

କେତେ ଆଉ ସମ୍ପତି ମୁଁ ବିକିବି 

  ଜୀବନ ର ଦୋ ଛକି ରେ କେତେ ରହିବି


କିରାଣୀ କହୁଛି ବିନା ଲାଞ୍ଚରେ କଲମ ଚାଲୁନି

   ବଡ ବାବୁ ଠି ଆଉ ତେଲ ମୁଁ ମାରି ପାରୁନି

କେତେ ଆଉ ୫୦୦ ଟଙ୍କାରେ କାମ କରିବି

   ଜୀବନର ଦୋ ଛକିରେ କେତେ ରହିବି


କବି କହୁଛି ବିନା କପି ରେ ଲେଖି ମୁଁ ପାରୁନି

   ନୂଆ ନୂଆ କବିତା ଆଉ କିଛି ଆସୁନି

କେତେ ଆଉ ହିନ୍ଦୀ କବିତା ଖୋଜିବି

  ଜୀବନ ଦୋ ଛକିରେ କେତେ ରହିବି 


ସ୍ତ୍ରୀ କହୁଛି ରୋଟି ଆଉ ମୁଁ କରି ପାରୁନି

   ଗ୍ରାଇଣ୍ଡର ଏବେ ଭାରି ଲାଗିଲାନି

ନୂଆ ନୂଆ କିଛି ଟେଷ୍ଟ କରିବି 

    ଜୀବନ ଦୋ ଛକିରେ କେତେ ରହିବି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract