Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Abstract Others

5.0  

Alhadini Panigrahi dash

Abstract Others

ଦ୍ୱନ୍ଦ .., ଜୀବନର ଦୋ' ଛକିରେ

ଦ୍ୱନ୍ଦ .., ଜୀବନର ଦୋ' ଛକିରେ

1 min
120


ଜୀବନ ଚାଲୁଥାଏ ଆଗକୁ

ଉଠାଣି,ଗଡାଣି,କୋମଳ, ବନ୍ଧୁର ପଥ ଦେଇ

ହାରିବା,ହରେଇବା,ହସିବା,କାନ୍ଦିବାଭିତରେ

ତା ବାଟରେ ଚାଲିଥାଏ ଜୀବନ ॥

ଜୀବନ ଜିଇଁବା ତ ଏତେ ସହଜ ବି ନୁହେଁ ..

ଏକ ନିର୍ଦ୍ଧିଷ୍ଟ ସରଳ ପଥଟିଏ କ'ଣ ଭାଗ୍ୟରେ ଥାଏ ସମସ୍ତଙ୍କର

ବେଳେବେଳେ ସୁଗମ ପଥରେ ଦୋ'ଛକି ଟିଏ ରହିଥାଏ,

ମନ ରେ ଦ୍ବନ୍ଦ ସୃଷ୍ଟି କରେ,

ଜୀବନର ସୁଗମ ରାସ୍ତା ବାଛିବାକୁ ॥

ଲମ୍ବିଥାତଏ ଦୋ'ଛକିର ଦୁଇପଟେ ଦୁଇଟି ରାସ୍ତା ॥

ଗୋଟିଏ ଭୁଲ୍,ଅନ୍ୟ ଟି ଠିକ୍,ଗୋଟିଏ ପାପ,ଆରଟି ପୂଣ୍ୟ

ଗୋଟିଏ ଜୀବନ,ଅନ୍ୟଟି ମରଣ....

ପରିଣାମ କଥା ଚିନ୍ତା ନ କରି

ଭୁଲ୍ ପଥରେ ପାଦ ଥାପି ମରଣକୁ ବରଣ କରନ୍ତି କେତେଜଣ.

ପୁଣି ...

ଆଉ କେତେଜଣ ...

ସତ୍ୟ, ଧର୍ମର ରାସ୍ତାରେ ଚାଲି ପାଲଟି ଯାଆନ୍ତି ମହାପୁରୁଷ ॥

ଯାହାଙ୍କ ପଥରେ କୁସୁମ ବୃଷ୍ଟି କରନ୍ତି ଦେବତାଏ ॥

ଏହି ସତ୍ ପଥ ଚୟନାର୍ଥେ..

ଉପଯୁକ୍ତ ଞାନ, ଧୀଶକ୍ତି , ଉଜ୍ଜିବିତ କରିବାକୁ ପଡିବ ,

ପରବର୍ତ୍ତି ପିଢୀକୁ ପାଶ୍ଚାତ୍ୟ ସ୍ରୋତରେ ନ ଭସାଇ

ଭାରତୀୟ ସଂସ୍କାରଭିମୁଖି କରିବାକୁ ପଡିବ ॥

ଯେପରି ..

ଭବିଷ୍ୟତ ରେ...

ଆଗାମୀ ପିଢି ଦ୍ୱନ୍ଦ ରେ ପଡିବେନି ...

ଜୀବନର ଦୋ'ଛକି ରେ ...

ସହଜରେ ବାଛିନେବେ ସତ୍ୟ, ଶିବ,ସୁନ୍ଦରର ପଥ ॥



Rate this content
Log in