Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତାରାପ୍ରସାଦ ଜେନା

Abstract Others

3  

ତାରାପ୍ରସାଦ ଜେନା

Abstract Others

ଅଯୋଗ୍ୟ କବି

ଅଯୋଗ୍ୟ କବି

1 min
132



ଅଭିଧାନ ଖୋଲି ଶବଦ ଆଣୁଛ

କବିତା ଲେଖୁଛ ବସି

ଭାବର ଅଭାବ ଲେଖାରେ ହେଉଛି

ଭାବୁନ ଟିକିଏ ଦୋଷୀ !


ଛାତିକୁ ବାଡ଼େଇ ବୃଥାରେ କହୁଛ

ନିଜକୁ ବଢ଼ିଆ କବି

କଳ୍ପନା ପୁଟରେ ରଙ୍ଗେଇ ପାରୁନ

ମନର ସହଜ ଛବି !


ଶବଦ ଭାବକୁ ମେଳ ତ ଖାଉନି

ଅଯୋଗ୍ୟ କବିକୁ ଗଣା

ତଥାପି ଗରବେ ଭାଷଣ ଝାଡୁଛ

ଦ୍ବିତୀୟ ଈଶ୍ବର ଜଣା !


ମୂରୁଖ ପାଳିଆ ସଜାଡ଼ି ରଖିଛ

ଆଗରେ ମାରିବେ ତାଳି

ପଛରେ ପଛକେ ସବୁଠୁ ଶୁଣିବ

ନିନ୍ଦାର ଅନେକ ଗାଳି !


ନିର୍ଲଜ କହିଲେ ଦେହକୁ ନେଉନ

ମୁହଁଟା ବହଳ ଅଛି

ତାମସା ଲଗେଇ ଜିତିବା ନାଆଁରେ

ହାରିବା ନେଉଛ ବାଛି !


ସାଧନା କରିକି ସାଧନ ଦେଖାଅ

ସାହିତ୍ୟ କାଙ୍ଗାଳ ଠକ

ମାଳାକୁ ଗଡ଼େଇ ବୈଷ୍ଣବ ଭାବନା

ଅଧର୍ମୀ ପାମର ବକ !



Rate this content
Log in