STORYMIRROR

Sudhir Kumar Panda

Abstract Others

3  

Sudhir Kumar Panda

Abstract Others

ଅନୁତାପ

ଅନୁତାପ

1 min
251

ଅଜାଣତେ ଭୂଲଟିଏ ହୁଏ ବେଳେବେଳେ

ନିଜ କଥା କହିବାକୁ ସମୟ ନମିଳେ

ଗୁମୁରି ଗୁମୁରି ରହେ ମନର ଭିତରେ

କେତେ କଷ୍ଟ ହେଉଥିବ କହତ ସତରେ।


ସେଇ ଗୋଟେ ଭୂଲ ପାଇଁ ଜଳୁଥାଏ ମନ

ନିଜେ ହିଁ ନିଜ ପାଖରେ ହୁଏ ହିନିମାନ

କୁହୁଳୁ ଥାଏ ସେ ଚିନ୍ତା ବଢଇ ସନ୍ତାପ

ମନେ ମନେ କରୁଥାଏ ଭାରି ଅନୁତାପ।


ବାନ୍ଧିକି ରଖିଲେ ଭାବ କି ଲାଭ ପାଇବ

ଜଳି ଜଳାଉଥିବ ସେ ପ୍ରାୟଶ୍ଚିତ ଭାବ

ଛଟପଟ ମନ ବଢାଇବ ଚିନ୍ତାଭାର

ଧିରେ ଧିରେ ଦୁଶ୍ଚିନ୍ତାର ବଢଇ ଆକାର।


ଥରୁଟିଏ ମନ ଖୋଲି ଭୂଲର ସ୍ବୀକାର

ଅନୁତାପେ ମନ ସୁସ୍ଥ ହୋଇବ ସାକାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract