ଟୋପେ ଲୁହ
ଟୋପେ ଲୁହ
ଟୋପାଏ ଲୁହର ଓଜନ ଯେ କେତେ
କେହି କେବେ ମାପି ପାରେନା
ଝରିଯାଏ ଯେବ ଆଖି ଆକାଶରୁ
ଧୋଇଦେଇ ଥାଏ ହୃଦୟର ଯେତେ ଯନ୍ତ୍ରଣା ।
ସନ୍ତାପିତ ମନ ହୃଦୟର କୋହ
ଧୋଇ ହୋଇଯାଏ
ସେହି ଉଷୁମ ଲୁହର ଧାରେ
ଓଠ ପାଖୁଡା ରେ ଫୁଟାଏ ସେ ହସ
ସବୁ ଧୋଇଦେଲା ପରେ ।
ମନ୍ଦିରକୁ ଯାଇ ଅଧିଆ ପଡିଲେ
ବଦଳେନି କେବେ ଭାଗ୍ୟ
ଲୁହ ଦୁଇଟୋପା ଝରିଗଲା ପରେ
ହୃଦୟ ହୁଅଇ ଶାନ୍ତ ।
ଆୟୁ କଳସୀରୁ ଆୟୁଷ ସରିଲେ
ଶରୀର ହୁଅଇ ଶବ
ଆଖି କୋଣୁ ଯେବେ ଲୁହ ଝରିଯାଏ
ହୃଦୟଟା ହୁଏ ସ୍ତବ୍ଧ ।
