STORYMIRROR

Ghanashyam Biswal

Abstract

3  

Ghanashyam Biswal

Abstract

ନୁହେଁ ମୁଁ ପଳାତକ

ନୁହେଁ ମୁଁ ପଳାତକ

1 min
141

ଭୀରୁ ଓ କାପୁରୁଷ ମାନେ କାଳେ

ଶହେଥର ମାରନ୍ତି ମରିବା ଆଗରୁ

ଆଉ କାପୁରୁଷ ବି ତ

ମରିମରି ବଂଚିବା

ଓ ଜିଇଁଥାଏ ମରିମରି

ହୀନମନା ଓ ନିର୍ଲଜର ଚେହେରା ନେଇ

ସେ ସାରା ବିଶ୍ୱରେ ପରିଚିତ

ଓ ଚିର ଘୃଣିତ

ଅପରାଧୀ ଓ ଅସାମାଜିକ ପୁଣି

ଲଜ୍ଜାହୀନ କୁରୂପୀ ପରଜୀବୀ ସିଏ

ନିଜ ସ୍ୱାର୍ଥ ହାସଲ ନିମନ୍ତେ

ଭୁଲିଯାଏ ଆପଣା ପରର ବିଚାର

କୁକର୍ମୀ ଆଉ ଵ୍ୟଭିଚାରୀ ସିଏ

ସତ୍ୟକୁ ସାମ୍ନା ବା କେମିତି କରିବ?

ଖାଲି ଗର୍ଜିକାରୀ

କହେ ନୁହେଁ ମୁଁ ପଳାତକ

ତୁମେ ଭୁଲ କି ଠିକ ବୁଝ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract