STORYMIRROR

Prafulla Chandra Mishra

Abstract

3  

Prafulla Chandra Mishra

Abstract

ପ୍ରକୃତ ବନ୍ଧୁ

ପ୍ରକୃତ ବନ୍ଧୁ

1 min
258


ବନ୍ଧୁ ବିନା ଏହି      ସଂସାରେ ମଣିଷ

ନିସଙ୍ଗତା ନିସହାୟ

ହୋଇପଡେ ବେଳ   ପଡିଲେ ଜୀବନେ

ନମିଳେ ତାରେ‌ଆଶ୍ରୟ  ।।

ନିଜ ସୁକ୍ଷାତିରୁ        ଉନ୍ନତ ତର

ବନ୍ଧୁତା ଜଗତରେ

ବନ୍ଧୁ ହିଁ କେବଳ   ସହାୟତା ହାତ

ବଢାଏ ଯେ ବିପଦରେ ।।


ତ୍ରେତୟାରେ ବନ୍ଧୁ   ରାମଚନ୍ଦ୍ର ଆଉ

ସୁଗ୍ରୀବଙ୍କ ର ମିତ୍ରତା

ଅଜଣା କାହାକୁ   ଏ ବନ୍ଧୁ ଭାବରେ

ସତେ କେତେ ମହାନତା ।।

ଦ୍ଵାପରେ ଯୁଗରେ   କୃଷ୍ଣ ଭଗବାନ

 ପ୍ରକୃତ ବନ୍ଧୁର ମୂଲ

ଦେବା ଦେଖିଅଛି   ଏ ସାରା ସଂସାର

କାହିଁ ତାର ସମତୁଲ ।।


କୁରୁ ସଭାତଳେ   ନିର୍ଦୟ ହେଲେ

ଯେତେ ଆପଣାର ଲୋକ

ବନ୍ଧୁ ପଣେ ବନ୍ଧୁ  ପ୍ରଭୁ ଦୀନବନ୍ଧୁ

ଶୁଣିଲେ ପାଞ୍ଚାଳି ଡାକ ।।

ବିକଳେ ଦରିଦ୍ର  ସୁଦାମା ବ୍ରାହ୍ମଣ

ଦ୍ଵାରକା ସିଂହଦ୍ଵାରେ

କୃଷ୍ଣ ମୋର “ବାଲ୍ୟ-  ବନ୍ଧୁ; କହିଣ

ଦ୍ଵରିକୁ ଗୁହାରି କରେ ।।


ତାତ୍ସଲ୍ୟ ଶିକାର  ହୋଇ ଫେରୁଥିବା

ଶୁଣିଦେଇ କୃଷ୍ଣ ଚନ୍ଦ୍ର

ଖାଲି ପାଦେ ରାଜା   ଯେ ରାଜାଧିରାଜା

ହେଲେ ଆସି ଊପଗତ ।।

ଦେଖିଲା ଜଗତ   ସେ ବନ୍ଧୁ ପଣିଆ

ତାର ପଟାନ୍ତର କାହିଁ

ପ୍ରକୃତ ବନ୍ଧୁ ର    ଭାବ ପରିଚୟ

ଦେଲେ ଜଗତ ଗୋସାଇଁ ।।


ଏ ଯୁଗରେ ଜଗା   କାଳିଆ ସାଆନ୍ତ

ବନ୍ଧୁ ମହାନ୍ତି ର ଭାବ

ଅତୁଲ ଅମୂଲ   ତା ବନ୍ଧୁ ପଣିଆ

ଶୁଣିଛି ଏହା ଜଗତ ।।

ପ୍ରକୃତ ବନ୍ଧୁ ଯେ  ବନ୍ଧୁ ପଣେ କେବେ

ହତାଦର କରେ ନାହିଁ

ବିପଦେ ଆପଦେ  ସହାୟତା ହାତ

ମୁଣ୍ଡପରେ ଥାଏ ରହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract