Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jitendra Seth

Abstract

5.0  

Jitendra Seth

Abstract

ଦି' ଛକିରେ ଜୀବନ

ଦି' ଛକିରେ ଜୀବନ

1 min
264


ସୁଖ ଦୁଃଖ ଦୁଇ ଭାଇ ଏଇତ ଦୁନିଆ ରୀତି

ଦିନ ରାତି ହୋଇ ଏଠି ସମୟଟା ଯାଏ ବିତି


ସବୁକୁ ସହେ ଏ ଛାତି ଥିବା ଯାଏ ସ୍ଵନ୍ଦନ 

ଦି' ଛକିରେ ଜୀବନ.. ଦି' ଛକିରେ ଜୀବନ ।। 1 ।। 


ଭାଗ୍ୟ ଏଠି ଲୁଚକାଳି ଖେଳେ କା ସାଥିରେ 

ସମୟ ବି ଦିଏ ଧୋକା ଆଖି ପଲକରେ 


ଭାଇ ହୁଏ କେବେ ପୁଣି ଏଇଠି ଭଗାରୀ 

ନୁହନ୍ତି ଏ ଦୁନିଆରେ କିଏ ତ କାହାରି 


ସତ କେବେ ହୁଏ ନାହିଁ ଏ ଆଖିର ସପନ 

ଦି' ଛକିରେ ଜୀବନ.. ଦି' ଛକିରେ ଜୀବନ  ।।2।।



ବଣରେ ଲାଗିଲେ ନିଆଁ ଜାଣନ୍ତି ସଭିଏଁ 

ମନରେ ଲାଗିଲେ ନିଆଁ ଜାଣିବ ବା କିଏ 


ବିଶ୍ଵାସରେ ବିଷ ଦେବା ଲୋକ ଯେ ଅନେକ 

ଭିକାରୀ ହାତରୁ ଏଠି ଛଡ଼ା ହୁଏ ଭିକ 


ହିଂସାର ଏ ଦରବାରେ ପାପ ଏଠି ଚନ୍ଦନ 

ଦି' ଛକିରେ ଜୀବନ... ଦି' ଛକିରେ ଜୀବନ... ।। 3।।


Rate this content
Log in