Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhas Mohapatra

Abstract Others

2.5  

Prabhas Mohapatra

Abstract Others

ଜୀବନ ଛକି

ଜୀବନ ଛକି

1 min
411


ଜୀବନ ଛକିରେ, ଛିଡ଼ା ମୁଁ ହୋଇଛି

ଦେଖୁଛି ଆଖିକୁ ମେଲି ।

ଚାଲିବାକୁ ଇଚ୍ଛା , ଅନେକ ଯେ ପଥ

ପାରୁନାହିଁ ମୁହିଁ ଚାଲି ।।୧


ଇଚ୍ଛା କରିବାକୁ, ସାହାଯ୍ୟ ବହୁତ

ସମ୍ବଳ ସାଜୁଛି କାଳ।

ଏପଟେ ସଂସାର,ସେପଟେ ସପନ

ପାଉନାହିଁ ତାଳ ମେଳ ।।୨


ଦେବାକୁ ଯେ ମନ, ଖାଦ୍ୟ ଗରିବକୁ

ଉପାସେ କାଟୁଛି ମୁହିଁ ।

ଓଳିଏ ଖାଇଲେ, ଓଳିଏ ଉପାସେ

ଦି ଛକ ରେ ଛିଡ଼ା ମୁହିଁ ।।୩


ଦେଖୁଛି ଦୁର୍ନୀତି ,ଚାଲିଛି ଯେ ମାତି

ଆମ ଦେଶ ରାଇଜରେ ।

ରୋକିବାକୁ ଚେଷ୍ଟା ,କରୁଛି ଯେତେ ମୁଁ

କିଏ ଟାଣି ଗୋଡ଼ ଧରେ ।।୪


ଏ ପଥେ ଯିବି ନା ,ସେ ପଥରେ ଯିବି

ସଙ୍କଟରେ ମୁଁ ପଡ଼ିଛି ।

ଯିବାକୁ ଚାହିଁଲେ, ଏ ପଟକୁ ଭାଇ

ସେପଟୁ କିଏ ରୋକୁଛି।। ୫


ଦି ଛକ ରେ ଛିଡ଼ା, ହେଲେବି ମୁଁ ଆଜି

ଆଲୋକ ଅଛି ଆଶାର ।

ସେ ଆଶା ଆଲୋକେ, ନିଶ୍ଚେ ହେବ ଦିନେ

ଘନ ଅନ୍ଧକାର ଦୂର ।।୬



Rate this content
Log in