STORYMIRROR

Minati Rath

Abstract

3  

Minati Rath

Abstract

ଦି' ଛକିରେ ଜୀବନ

ଦି' ଛକିରେ ଜୀବନ

1 min
210

ଜୀବନର ଦି' ଛକିରେ ଠିଆ ହୋଇ

ଅନୁଭବ, ଅନୁଭୂତି ସବୁକୁ ମିଶାଇ

ଅନେକ ଭାବିଲି

ସମ୍ପର୍କ ସବୁର ତୁଳନା କରିଲି

ନିଷ୍କର୍ଷ ନଥିଲା ସରଳ

ଶେଷରେ...

ଅନେକ ଭାବନାରେ ପୂର୍ଣ୍ଣଛେଦ ଦେଇ

ଅନେକ ଜଟିଳ ପ୍ରଶ୍ନର ସମାଧାନ କରି

ସବୁ ଆଶା ଆଶଙ୍କାକୁ ଦୂରକୁ ଠେଲିଦେଇ

ବାଛିନେଲି ଏଇ ପଥ ।


ସୁଗମ ହେଉ ଅବା ଦୁର୍ଗମ

ଜାଣିଛି ମୁଁ ଏତିକି

ଏ ପଥରେ ଚାଲିବାକୁ ହେବ

ଅସମ୍ପୂର୍ଣ୍ଣ ଆଶା ସବୁ ଭୁଲିବାକୁ ହେବ

ଅଗ୍ନି କୁଣ୍ଡରେ ତ ଝାସ ଦେବାକୁ ହିଁ ହେବ

ସୁଖ ଆସୁ ଦୁଃଖ ଆସୁ

ହାତ ତାର ଧରିବାକୁ ହେବ

ତୁମକୁ ପାଇବାକୁ ହେଲେ

ଏତିକି ତ କରିବାକୁ ହେବ ।


ତା' ପରେ ଦେଖାଯିବ

ଏ ଶରୀର ହେବ ଭସ୍ମ

ଅବା ମୁଁ ପାଲଟିଯିବି

ବିଶୁଦ୍ଧ ସୁବର୍ଣ୍ଣ !

ସ୍ବପ୍ନ ମୋର ହଜିଯିଵ

ଅବା ମନ ମୋର ହେବ ପୂର୍ଣ୍ଣ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract