STORYMIRROR

Sudhir Kumar Panda

Abstract

3  

Sudhir Kumar Panda

Abstract

ଦି' ଛକିରେ ଜୀବନ

ଦି' ଛକିରେ ଜୀବନ

1 min
255

ମନର ସପନ ସମୟର ଦାନ ତାଳ ଯେ ହରାଇ ଥାଏ

ମନ ଯେତେବେଳେ ଯାହା ଭାବିଥାଏ ତାହା କିବା ମିଳିଥାଏ।

କାଳର ନିର୍ଦ୍ଦେଶ ହୋଇ ପରବଶ ଯାହା କିଛି ଥାଏ ଘଟି

କିଛି ପ୍ରଲୁବ୍ଧରେ କିଛି ପ୍ରାରବ୍ଧରେ କିଛି ସୁନା କିଛି ମାଟି।


ଛାତ୍ରଟିଏ ଦେଖେ ଅନେକ ସପନ ହେବାପାଇଁ କିଛି ବ୍ରତୀ

ସମୟର ସୁଅ ବୋହି ନେଇଯାଏ ହୁଏ ଆଉ କିଛି ପ୍ରାପ୍ତି।

ସପନର ସାଥି ଭାବଇ କାହାକୁ ମିଳିଯାଏ ଆଉ କିଏ

ଜୀବନର ରାସ୍ତା ପଥ ଯେ କଢାଏ କାହାକୁ କୁଆଡେ ନିଏ।


ବେଳେ ବେଳେ ଆସେ ଏପରି ସମୟ ରହେନା ନିଜର ବଶ

ହସର ସପନ ଦେଖୁ ଦେଖୁ କେବେ ଉଡି ଯାଇ ଥାଏ ହୋସ।

ସତ ଓ ସପନ ମଝିରେ ଜୀବନ ହୋଇ ଯେ ଥାଏ ତ୍ରୀଶଙ୍କୁ

କାନଭାସ ଦେହେ ରଙ୍ଗ ବଦଳଇ ଚିତ୍ରଟିଏ ଆଙ୍କୁ ଆଙ୍କୁ।


ସହିବାକୁ ହୁଏ ବୋହିବାକୁ ହୁଏ ସ୍ବପ୍ନ ସତ୍ୟ ଫେଣ୍ଟା ମନ

ସମୟର ସ୍ବର କହି ଉଠିଥାଏ ଦି' ଛକିରେ ଏ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Sudhir Kumar Panda

Similar oriya poem from Abstract