STORYMIRROR

Prabhanjana Tripathy

Abstract

3  

Prabhanjana Tripathy

Abstract

ଦି ଛକରେ ଜୀବନ

ଦି ଛକରେ ଜୀବନ

1 min
334


କପଟର ଜାଲେ ହୋଇ ଗୁନ୍ଥି

ଛନ୍ଦି ଶରୀର ତା ଫାନ୍ଦେ

ଘୋଡି ହୋଇ ମାୟାର ଫଗୁଆ ରଙ୍ଗୀନ

ବୋଳିହୋଇ ଜୀବନ ଯୌବନେ

କେବଳ ଖେଳନାଟି ଭଳି

ରସିଟଣା କୌଶଳର ତଳେ

ଝିଙ୍କି ଓଟାରି ଅବୁଝା ସଙ୍ଗୀତ ଭାଷାରେ

ଅନାୟତ ତାଳ ତାଳେ ରିଦମ କୁ ସମ୍ଭାଳି ।।


ଅଭିନୟ କରି କରି ଯେବେ

ଥକିପଡି ପେଣ୍ଡା ହୁଏ ନିସ୍ତେଜ ଦୁର୍ବଳ

ହେଲେବିତ ନାଚିବାର ଅଛି

କିଛିକାଳ ଅଭିନୟ ବାକି ରହିବାର

ଆରମ୍ଭ ହୋଇଛି ଯେବେ କଣ୍ଢେଇ ନାଚର

ସମ୍ପୂର୍ଣ୍ଣ ତ ହୋଇବ ନିଶ୍ଚିତ

ନିର୍ଦେଶକ ନ କହିବା ଯାଏଁ

ଶେଷ ଦୃଶ୍ୟ ନ ଆସିବା ଯାଏଁ

କଣ୍ଠ ସୁଖି ,ଜର୍ଜରିତ ହୋଇ

ପାଷାଣ ଅହଲ୍ୟା ସମ 

ଘାଟ ଜଗି ରହିବାକୁ ହେବ

କେବେ ସେ ବେଳ ଆସିବ

ଆସିବ ମୁହୂର୍ତ୍ତ  

ପାଷାଣି ଅହଲ୍ୟାରୁ ପୁଣି

ହବ ରଜବନ୍ତ ।।


ମୁକ୍ତ ହେବ ଏ ମଞ୍ଚ ଅଭିନୟ

କାହା ପଦାଘାତେ ସତେ ମିଳିବ ଯେ ମୁକ୍ତି

ନା ଚିତ୍ରଗୁପ୍ତ ଖୋଜି ଦେବେ ପାଞ୍ଜି

ମହା ସ୍ୱର୍ଗେ ସୃଷ୍ଟି କର୍ତ୍ତା ବ୍ରହ୍ମl ଙ୍କ ଆଦେଶେ

ନା ମିଳିବ ଶେଷ ଘାଟ

ଚାରି କାନ୍ଧେ ଯିବ ହୋଇ ବୋହି ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract