ବିନ୍ଦୁଏ ସିନ୍ଦୁର
ବିନ୍ଦୁଏ ସିନ୍ଦୁର
ଖେଳଘର ସରିଗଲା
ମହକିବ ଦାମ୍ପତ୍ୟ
ଶକ୍ତିମୟୀ ହେବ
ପ୍ରୋଢ଼କନ୍ୟାଟିଏ
ତାକୁ ଆଶୀର୍ବାଦ
କରାଯାଉ
ସିନ୍ଦୁର ବିନ୍ଦୁଏ
ନିନ୍ଦା ପ୍ରଶଂସା କୁ
ବେଖାତିର୍ କରି
ଆଶା ପୂର୍ଣ୍ଣକରେ
ନିଜ ପରିଧିଠୁ
ଅନେକଦୂରଯାଏଁ
ସମ୍ପର୍କକୁ ବାନ୍ଧିରଖେ
ସରଳ ନିମନ୍ତ୍ରଣ ରେ
ହାତ ପରେ ହାତରଖି
ପାହୁଣ୍ଡ ପକାଏ
ସିନ୍ଦୁର ବିନ୍ଦୁଏ...
କଣ୍ଟକିତ ଜୀବନର
ଜଞ୍ଜାଳିଆ ରାସ୍ତା
ଚାଲିବାକୁ ଖୋରାକ୍
ଯୋଗାଏ ...
ପର୍ଣକୁଟୀରଠୁ
ରାଜ ଉଆସ ଯାକେ
ସୁଖର ପ୍ରତୀକ
ସିନ୍ଦୁର ବିନ୍ଦୁଏ...
