STORYMIRROR

Sasmita Choudhury

Abstract Others

3  

Sasmita Choudhury

Abstract Others

ମୋ ବନ୍ଧୁ ପରି କିଏ ହେବ

ମୋ ବନ୍ଧୁ ପରି କିଏ ହେବ

1 min
211


ଝରି ଯାଉଥିବା 

ସରୁ ଝର ସହ

ଉପନଦୀଟିଏ ପରି, 

ମିଶି ରହିଥାଏ 

ତମାମ୍ ଜୀବନ 

କ୍ଷୀର-ନୀର ଭାବ ଧରି। 


ନିଜ ଭାଗ ଦୁଃଖ 

ଉଧାର ଦିଏନା 

ଅନୁମତି ବିନା

ନେଇଯାଏ ଯେତେ

ଦୁଃଖ ଓ ଶୋକର

ଗରୁଆ ଗଣ୍ଠିଲି ବୋଝ, 

ପ୍ରକୃତ ବନ୍ଧୁ ସେ 

ଉଜୁଡା ଜୀବନେ

ବିଶ୍ବାସ ରୂପୀ ତାବିଜ। 


ପଛେଇ ଯାଏନା

କହିବାକୁ କେବେ 

ଦୋଷ ତ୍ରୁଟି ଆମ

ଏକାନ୍ତେ ନିଜର କରି, 

ବିପଥରୁ ଟାଣି

ସତ୍ ପଥେ ଚଲାଏ

ସାଥେ ଥାଏ ଛାଇ ପରି। 


ଚିର ସ୍ରୋତସ୍ବିନୀ 

ବନ୍ଧୁତ୍ବର ଧାରା

ଧୋଇ ଦିଏ ଆମ 

ହୃଦୟର ଆବିଳତା, 

ମୈତ୍ରୀ ପ୍ରୀତିରେ 

ସଂଚରି ଯାଏ 

ପ୍ରାଣେ ପ୍ରାଣେ ଆମ

ବନ୍ଧୁତ୍ୱର ମଧୁ ଗାଥା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract