Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Abstract Others

3  

Sangeeta Barik

Abstract Others

ପରମ ମିତ

ପରମ ମିତ

1 min
386


 

ଦୁଃଖରେ ସୁଖରେ ଅବା ଶରଧାରେ

  ପାଶେ ସଦା ଛିଡା ହୁଏ,

ନିମତାକୁ ତାର ଅପେକ୍ଷା ନଥାଏ

  ସତେ ଅବା ଅଙ୍ଗଟିଏ ।

ଅବାଟକୁ ପାଦ ଥାପିବା ପୂର୍ବରୁ

   ହାତ ଟିକୁ ଟାଣି ଧରେ,

ଭଲ ଓ ମନ୍ଦର ପ୍ରଭାବ ଚେତାଇ

  ବିପଦରୁ ରକ୍ଷା କରେ ।

ଆଖି ଲୁହ ତାର ମରମକୁ ଛୁଏଁ

  ଅନ୍ତର କଥା ସେ ବୁଝେ,

ଯନ୍ତ୍ରଣାରେ ନିଜେ ନିଜକୁ ଭିଜେଇ

  ସମାଧାନ ପନ୍ଥା ଖୋଜେ ।

ଦୁନିଆଟା ଯେବେ ହୋଇଯାଏ ପର

  ଯାଏନି ଦୂରେଇ ସିଏ,

ପରିସ୍ଥିତି ସାଥେ ମୁକାବିଲା କରି

  ପାଶେ ସଦା ରହିଥାଏ ।

ସାଥି ହେବା ପାଇଁ ବାହାନା ଖୋଜଇ

   କେବେ ମିଛ କେବେ ସତ,

ଅଳିକ ଜୀବନେ ଭରଇ ହରଷ

   ଅଟେ ସେ ପରମ ମିତ ।

 



Rate this content
Log in