ସର୍ବଂସହା
ସର୍ବଂସହା
ପାପ ପଂକେ ଚାଲେ ବଳିର ରାଜତ୍ୱ
ଏବେ ପାପ ରେ ଉଡାଏ ଧ୍ବଜା
ଆମ୍ଭେପରା ତାର ଦୁରାଚାର ପ୍ରଜା
ତାର ନାମରେ ବଜାଉ ବାଜା ।
ସରିଯାଇ ଅଛି ସକଳ ପୁଣ୍ୟତା
ମହିମଣ୍ଡଳରୁ ଆଜି
ଶୁଖିଯାଇଅଛି ସକଳ ବିମଳ
ଧର୍ମ ଝରଣା ରାଜି ।
ଅଛିସବୁ ଠିକ୍ ଅଛି ସବୁ ଠିକ୍
ଭାବନାଟି ମୋର ଭ୍ରାନ୍ତ
ଚେତନା ପୁରେ ମୋପଶିଛିଗଭୀରେ
ତୀବ୍ର ବିଷମ ଧ୍ବାନ୍ତ ।
କେତେ ଯେ ସହୁଛି ସର୍ବଂସହା ମାଟି
ଉତ୍ପାତ ତାର ବକ୍ଷେ
ବନ୍ୟା ମରୁଡି ଭରିଦେଇଯାଏ
ଏ ଧରାର କକ୍ଷେ କକ୍ଷେ ।
ମାଟିର ଧରଣୀ ମାୟାଜାଲେ
ଯେତେ ଅଛି ଗୋ ଜଡି
ମାଟିର ଶୋଭାକୁ ନାଶ କରୁଅଛି
କୁ ମନେ ସଡି ।
ମର୍ତ୍ୟ ମାୟାପୁରୀ ସରିକେହେବେନି
ଶୁଣ ଦେବତା
ଲାଂଚ ମିଛ ପେଂଚଚାଲେଏଠି ସଦା
ସରମ କଥା ।
ଚାଲିଲେ ବି ଭାରି ଭଲ ଲାଗଇ ଯେ
ସିଏ ନିଜେ ସର୍ବଂସହା
ମାଟି ବଇଭବ ପଡିରହିଥିବ କେହି
କରିବେନି ଚଳୁ ରେ ସ୍ବାହା ।