Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Inspirational

3  

Bidyadhar Mantry

Abstract Inspirational

ହାତ ମୁଠା

ହାତ ମୁଠା

1 min
115


ବନ୍ଦ ଥିବା ହାତ ମୁଠାରେ ଲୁଚିଛି ରହସ୍ୟ

ପରୀକ୍ଷା କରି ଦେଖା ବି ହୋଇଛି

ଛୁଇଁ ,ସଦ୍ୟ ଜନ୍ମିତ ଶିଶୁର ହାତ ପାପୁଲି

ଆପେ ଆପେ ହାତ ହୋଇଯାଏ ମୁଠା

ସେଇ ହାତ ମୁଠାରେ ସ୍ନେହର ମୂର୍ଚ୍ଛନା

ହୃଦୟରୁ ଝରି ପଡେ ବାତ୍ସଲ୍ୟ ମମତା

ସତେ ଅବା ଏକ ଦିବ୍ୟ ଅନୁଭବ

ଏହି ମତଲବି ଓ ସ୍ୱାର୍ଥି ଦୁନିଆ

ଅଗଣିତ କାହାଣୀ ଓ ଛୋଟ ବଡ ର ପାର୍ଥକ୍ୟ

କିପରି ଲିଭାଇ ସାଥିରେ ବଞ୍ଚି ପାରିବା

ଶିଶୁର ବନ୍ଦ ହାତ ମୁଠା ହିଁ ଦିଏ ସହଜ ଶିକ୍ଷା

ହାତ ମୁଠାରେ କଣ ଲୁଚିଛି ଭାଗ୍ୟ,ଭବିଷ୍ୟ ?

ନା,ସମ୍ପୂର୍ଣ୍ଣ ଭୁଲ୍,ଭାଗ୍ୟ ରହିଛି ଯାହାର ହାତ ବି ନାହିଁ

ଆତ୍ମ-ସମ୍ମାନ ଲୁଚି ରହିଛି ହାତ ମୁଠା ମଧ୍ୟେ

ସମ୍ମାନ ଓ ଆକାଙ୍କ୍ଷା ର ବୀଜ,ସଫଳତାର ଚାବିକାଠି

ସ୍ଵପ୍ନ,ଆକାଶକୁ ଛୁଇଁବାକୁ

ଜୀବନର ପ୍ରତ୍ୟେକ ସ୍ମୃତି ମୋତି ମାଳ ପରି ଏକତ୍ରିତ

ଶିଶୁର ବନ୍ଦ ହାତ ମୁଠାରେ ଏକ ବିଶ୍ୱାସ ନିହିତ

ପରିସ୍ଥିତି ଯାହା ବି ହେଉ

ଏ ସଂସାରରେ କେହି ନା କେହି ଅଛି ସବୁ ସମୟରେ

ବନ୍ଦୀ ଅବସ୍ଥାରେ ସେହି ବନ୍ଦ ହାତ ମୁଠାରେ ଲୁଚିଛି

ଭାଗ୍ୟ, ଭବିଷ୍ୟତର ଅଂଶ

ସେହି ବନ୍ଦ ମୁଷ୍ଟି ଉଜ୍ଜ୍ବଳ ଭବିଷ୍ୟତର ସୃଷ୍ଟିକର୍ତ୍ତା

ଗୋଲାପ ଫୁଲ ପରି ସୂକ୍ଷ୍ମ

ଯତ୍ନର ସହିତ ଗଢ଼ିବାକୁ ହେବ

ବନ୍ଦ ମୁଷ୍ଟିରୁ ହିଁ ଅୟମାରମ୍ଭ

ପ୍ରେମ,ସମ୍ମାନ ଓ ଭାଇଚାରା ଶିକ୍ଷାର ଆରମ୍ଭ

ଇତିହାସ ବଦଳେଇବାର ଅଛି ଉତ୍ସାହ ଓ ସାହାସ

ଏହି ବନ୍ଦ ହାତ ମୁଠାରେ

ବନ୍ଦ ମୁଷ୍ଟିରେ ବଢ଼ୁ ଥିବା ସ୍ୱପ୍ନର ହୁଅ ଅଭିଭାବକ

ସ୍ଵପ୍ନ ଗୁଡ଼ିକ ଖସି ନ ଯାଉ ହାତରୁ

ଏ ଦେଶର ଭବିଷ୍ୟତର କାରଣ ହିଁ ଆପଣ

ଶିଶୁର ବନ୍ଦ ହାତ ମୁଠା ଦେଖିବାକୁ ସୁନ୍ଦର

କିନ୍ତୁ ଜିଦଖୋର୍ ବି ଅଧିକ

ଜଗତ ପରିବର୍ତ୍ତନର କଳା, ଜାଣେ ହାତ ମୁଠା

ବନ୍ଦ ଥିବା ହାତ ମୁଠା,ମୁଠା ଭିତରେ ସ୍ଵପ୍ନ ମିଠା ମିଠା ।



Rate this content
Log in

Similar oriya poem from Abstract