STORYMIRROR

Bidyadhar Mantry

Classics Inspirational Others

4  

Bidyadhar Mantry

Classics Inspirational Others

ମାଆ ବୋଉ ମମି

ମାଆ ବୋଉ ମମି

1 min
52


ଛାତ୍ରୀ ତିନି ଜଣ କଥୋପକଥନ

ଚର୍ଚ୍ଚାର ବିଷୟ ମାଆ 

ବ୍ୟକ୍ତ ହେଉଅଛି ପରଷ୍ପର ଭାବ

କି ଭଳି କାହାର ମାଆ 

ପ୍ରଥମ ଛାତ୍ରୀଙ୍କ ମୁଖରୁ ନିସୃତ 

ମାଆ ତା'ର ଅଶିକ୍ଷିତ

ଘର କାର୍ଯ୍ୟେ ବ୍ୟସ୍ତ ରହି ସୁଦ୍ଧା ନିଏ

ନିଜ ପିଲାଙ୍କ ଦାୟିତ୍ଵ

ନିଜ ହାତେ ନିତି ଖୁଆଇ ସେ ଦିଏ

ଆଉ ଟିକେ କହି କହି

କେତେ ରକମର ବ୍ୟଞ୍ଜନ କରଇ 

ସୁଆଦିଆ ହିଁ ଅଟଇ

ଅସୁସ୍ଥ ହୋଇଲେ ନ ଖାଇ ନ ପିଇ

ଦିନ ରାତି ଜଗି ବସେ 

ଦେହ ମୁଣ୍ଡ ସବୁ ଆଉଁସି ଦିଅଇ

କେତେ ଦିଅଁ ଙ୍କୁ ମନାସେ

ଥକା ହୋଇ କେବେ ବସିବା ଦେଖିନି

କାମ ହିଁ ତା'ର ଜୀବନ

ଆମ ପରିବାର ପାଇଁ ଆମ ମାଆ

ସତେ ଅବା ବରଦାନ


ଦ୍ଵିତୀୟ ଛାତ୍ରୀର ବିରକ୍ତି ଭାବନା

ଅଧା ପାଠୁଆ ତା' ବୋଉ

ଦିନ ରାତି ବୋଉ ବାପାଙ୍କ ଝଗଡ଼ା 

ଚିନ୍ତା ନାହିଁ କେହି ଥାଉ

ପାଟି ତୁଣ୍ଡ ଲାଗି ରହେ ନିତି ଦିନ

ଟିଭି ଦେଖିବା ବେଳରେ

ଶାଶୁ ବୋହୁ ଧାରାବାହିକ ବୋଉର

ବାପାଙ୍କ ଖବର ଧାରେ

ଛୋଟ ଛୋଟ କଥା ନୁହେଁ ସମାଧାନ

ଦୁହେଁ ଜିଦ୍ ରେ ଅଟଳ

ପିଲାଙ୍କ ଖୁସିରେ ଦେବାକୁ ସମୟ 

ନାହିଁ ଦୁହିଁଙ୍କର ବେଳ 

ସବୁବେଳେ ଅଜା ଆଇ କଥା କହି

ବୋଉ ହୁଏ ଆନ ମନା 

ବେଳେ ବେଳେ ଘରେ ରନ୍ଧା ହୁଏ ନାହିଁ

କାରଣ ଗାଳି ଭର୍ତ୍ସନା 

ବାପା ବୋଉ ଥାଇ ବି ନ ଥିଲା ପରି

ସହଜେ ହୁଏ ପ୍ରତ୍ୟୟ

ଘରର ମୂରବୀ ପଦ ପାଇଁ ଗୋଳ 

ମନ ହେଉଛି ଅଥୟ


ତୃତୀୟ ଛାତ୍ରୀ ର ମମି ଆଧୁନିକା

ମୋବାଇଲ୍ ପ୍ରେମ ବେଶି

ଦିନ ରାତି ବସି ଟିପେ ମୋବାଇଲ୍

ମୋବାଇଲ୍ ହିଁ ତା' ଖୁସି

ଅନଲାଇନ ରେ ବୁକିଙ୍ଗ ହୁଅଇ

ପ୍ରତ୍ୟେକ ଜିନିଷ ପ୍ରାୟ

ଖାଇବା ପିଇବା ଉପାଦାନ ସବୁ

ମୋବାଇଲ୍ ବଳେ ଥୟ 

ଘଣ୍ଟା ଘଣ୍ଟା ଧରି କଥା ହୁଏ ମମି

ଭିନ୍ନ କଥା ଭିନ୍ନ ମତେ

ବେଳେ ବେଳେ ମମି ବୁଲି ବାହାରନ୍ତି

ଅଜଣା ଅଙ୍କଲ୍ ସାଥେ

ଘରର ଦାୟିତ୍ଵ ବେଖାତିର ଭାବ

ନିଜ କୁ ନିଜେ ହିଁ ସ୍ମାର୍ଟ୍ 

ସଭା ସମିତି ଓ ପାର୍ଟି ଉତ୍ସବରେ

ଭାବ ସମ୍ପର୍କ ଅତୁଟ

ସ୍ମାର୍ଟ୍ ମମିର ଝିଅ ହୋଇ ବି ଦୁଃଖୀ

ଜାଣିନି ସ୍ନେହ ମମତା

ଅଶିକ୍ଷିତା ମାଆ ବରଂ ହିତକାରୀ

ଜାଣେ ହୃଦୟ ବାରତା 


ମାଆ ବୋଉ ମମି ଜନ୍ମଦାତ୍ରୀ ତୁମେ

ପ୍ରେମ ଭାବ ରହୁ ହୃଦେ

ସ୍ନେହ ମମତାର ଅବତାର ତୁମେ

ବିନତି ତୁମରି ପାଦେ 

ପରିବାର ତଥା ନିଜ ସନ୍ତାନର

ସୁଖ ଶାନ୍ତି ଚିନ୍ତା ରହୁ

ଜନନୀ ଆସନ ସବୁଠୁ ଉଚ୍ଚରେ

ଏ କଥା ସ୍ମରଣ ରହୁ ।।


Rate this content
Log in

Similar oriya poem from Classics