Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Das

Abstract

3  

Jagannath Das

Abstract

ଅନ୍ତର୍ଧ୍ୟାନ

ଅନ୍ତର୍ଧ୍ୟାନ

1 min
176



ଚିନ୍ମୟ ଜଗତେ ପ୍ରଭୁ ତୁମ୍ଭ ଇଛା

ହେଉଛି ପ୍ରତିବିମ୍ବିତ

ଶୀତଋତୁ ନୁହେଁ ,ବିଶ୍ୱବ୍ରହ୍ମାଣ୍ଡରେ

ବାର ଋତୁ ପ୍ରତିଭାତ ।


ତୁମ୍ଭ ଜ୍ଞାନ ବଳେ ବିଶ୍ୱବ୍ରହ୍ମାଣ୍ଡରେ

ସମୁଜ୍ଜ୍ୱଳେ ପ୍ରକାଶିତ 

ହେ ସତ୍ୟ ସ୍ୱରୂପ ଅଦ୍ଵିତୀୟ ବ୍ରହ୍ମ

ରଚିଛ ସୃଷ୍ଟି ର ତତ୍ତ୍ୱ ।


ଏହିଶୀତଦିନେ ସୁଫୁଲଉଦ୍ୟାନେ

ଆକର୍ଷିତ କରେ ମନ

କର୍ଣ୍ଣିକାର ପୁଷ୍ପ ଦିଶେ ଅନୁପମ

ନିଘଞ୍ଚ ନିକୁଞ୍ଜ ବନ ।


ମନ୍ଦାର ମଲ୍ଲୀକା, ବଧୂଲି ପୂର୍ଣ୍ଣାଗ

ମାଧବୀ ମାରୁଆ ଯୁଇ

ପୁଷ୍ପ ଫଳ ଯୁତ, ବିଟପି ବଲ୍ଲରୀ

କ ଅଁଳିଛି କେତେ କାହିଁ ।


ତାରକା ଖଚିତ ଗଗନ ସମାନ

ସବୁ ଉଦ୍ୟାନ ଶୋଭାବନ

ସବୁ ପୁଷ୍ପ ପ୍ରାୟ ତାରକା ସମାନ

କରୁଛି ଶୋଭା ବର୍ଦ୍ଧନ ।


ଏହି ସମୟରେ ହେ ସଚ୍ଚିଦାନନ୍ଦ

ସତ୍ୟ ଶିବ ହେ ସୁନ୍ଦର

ସର୍ବ ଶକ୍ତି ମାନ, ସମ ଦର୍ଶୀ ପ୍ରଭୁ

ତୁମ ସୃଷ୍ଟି ବି ମଧୁର ।


ଅନନ୍ତ ଅମୃତ ଆନନ୍ଦ ନିଧାନ

ସର୍ବ ଭୁବନ ବିହାରୀ

ଷଡ଼ରୁତୁ ଠାରୁ ତିନି ଋତୁ ଏଵେ

କୁଆଡେ ଗଲେ ବାହାରି ।


ଶରତ ହେମନ୍ତ ବସନ୍ତ ଋତୁ ତ

ପରିଦୃଶ୍ୟ ନୁହେଁ କାହାରି

ଏ ପ୍ରଶ୍ନ ର ଦବ କିଏ ବା ଉତ୍ତର

ମନ ବୁଝୁ ନାହିଁ ମୋହରି ।


ତୁମରି ସଂସାରଏତେଭଲଲାଗେ

ଗଢିଛ କେତେ ରଙ୍ଗ ରେ

କୋଟିକୋଟିପ୍ରାଣୀ ଗୋଟିଗୋଟି ହୋଇ,

ଚାଲିଛନ୍ତି ଠିକଢଙ୍ଗରେ ।



Rate this content
Log in

Similar oriya poem from Abstract