Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Surjyakanta Dash

Tragedy Inspirational Others

3  

Surjyakanta Dash

Tragedy Inspirational Others

ଅନଲାଇନ୍ ଶିକ୍ଷା

ଅନଲାଇନ୍ ଶିକ୍ଷା

1 min
415



ସମୟ ଚକ୍ରରେ ଘୁରି ଘୁରି ଏବେବଦଳିଛି ସବୁ ଶିକ୍ଷାଧାରା

ଆମେ ପଢୁଥିଲୁ ଖଡ଼ି ସିଲଟରେମୋ ପୁଅ ପଢୁଛି ଅନଲାଇନରେ ପରା ।।


ପେନସିଲ୍, ପେନ୍, ବହିଖାତା ପତ୍ର ସବୁଆମେ ନେଉଥିଲୁ ଜରି ଅଖା ବ୍ୟାଗରେ

ଏବେ ନାହିଁ ଆଉ ସେ ଜରି ବ୍ୟାଗ୍ ଆସିଲାଣି ରିବୋକ୍, ନାଇକ ଷ୍ଟାଣ୍ଡାଡ୍ ରେ ।।


ସ୍କୁଲରେ ପହଞ୍ଚିବା ପରେ କରୁଥିଲୁ ଆମେଧାଡ଼ି ଧାଡ଼ି ହୋଇ ପ୍ରାର୍ଥନା

ପିଲାମାନଙ୍କ ସହିତ ଛିଡ଼ା ହୋଇ ମଧ୍ୟପ୍ରାର୍ଥନା କରୁଥିଲେ ଗୁରୁ ଓ ଗୁରୁମା ।।


ସବୁରି ଓଠରେ ସେହି ଏକା ସ୍ୱର ଶୁଭୁଥିଲା ଆହେ ଦୟାମୟ ବିଶ୍ବବିହାରୀ

 ଶୁଭୁନାହିଁ ଆଉ ସେହି କବିତାର ସ୍ୱର ସମସ୍ତେ କି ଭୁଲି ଗଲେଣି ।।


ଯାହା ସବୁ ଥିଲା ସ୍କୁଲ୍ ଶିକ୍ଷା ଦୀକ୍ଷା ସବୁବଦଳେଇଦେଇଛି କରୋନା ଆସିବାପରେ 

ସବୁ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢ଼ାଉଛନ୍ତି ପିଲାମାନଙ୍କୁ ଅନଲାଇନରେ ।।


ଗଣିତ ବିଜ୍ଞାନ ଭୂଗୋଳ ସାହିତ୍ୟ ସବୁ ଶିକ୍ଷା ମିଳୁଅଛି ମୋବାଇଲରେ 

କି ଯୁଗ ଆସିଲା ସବୁ ବଦଳିଲା ସ୍କୁଲ୍ ଇତିହାସ ହୋଇଯିବ ଇତିହାସରେ ।।


ପାଠ ପଢା ଠାରୁ ଆରମ୍ଭ କରି ସବୁ ଶିକ୍ଷା ଦିକ୍ଷା ହେଉଅଛି ଅନଲାଇନରେ

ତୋ ପାଇଁ କରୋନା ସମସ୍ତେ ହନ୍ତ ସନ୍ତ ଏ ଦୁନିଆକୁ କି ରୋଗ ଆଣିଲୁରେ ।।



Rate this content
Log in

Similar oriya poem from Tragedy