Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ghanashyam Biswal

Fantasy

3  

Ghanashyam Biswal

Fantasy

ଅନ୍ଧବିଶ୍ୱାସ

ଅନ୍ଧବିଶ୍ୱାସ

1 min
407


ସକାଳୁ ସକାଳୁ ମୁଣ୍ଡରେ ମୁଠାଏ ହଳଦୀ ରଙ୍ଗ ମାଖିଲେ

କୁଆଡେ ବଦଳିଯାଏ ଜୀବନର ରଙ୍ଗ

ରଙ୍ଗରଙ୍ଗିଆ ସପନ ଖାଲି ଦେଖୁଥିଲେ

ଅବିଳମ୍ବେ ହୁଏ ପୂରଣ ।

ସାତସପନ ସବୁ ପାଲଟିଯାଆନ୍ତି ସୁନାସପନ

ଆଖିରେ କଳା ପଟି ବାନ୍ଧି ପରୀକ୍ଷାରେ ଲେଖିଲେ

କୁଆଡେ ହୁଅନ୍ତି କ୍ଲାସ ଟପ୍ପର

ମନେ ପଡେ ସବୁ ଉତ୍ତର ।

ସରଗପୁର ଲାଗେ ପରୀକ୍ଷାଘର

କୁକୁର ପରିଶ୍ରା ଦେଖିଲେ ହୁଏ ଅନେକ ଶୁଭ

ସଫଳ ହୁଅନ୍ତି କାର୍ଯ୍ୟରେ ଦେଖିଲେ ମଣିଷ ଶବ ।

ପେଟ ଛୁଇଁ ହେଲେ ଘରୁ ବାହାର

ପାଇବ ଅନେକ ଶୁଭ ଖବର

ନାକ ଛୁଇଁ ଯଦି ଯାତ୍ରା କରିବ

ବିନାଶ ହୋଇବ ମନେ ରଖିବ l



Rate this content
Log in

Similar oriya poem from Fantasy