ଅନାବନା କବିତା
ଅନାବନା କବିତା
ବରଷା ବତୁରା ମନତଳେ ବହେ
ଯାତନାର ବଡନଈ
ଶରତ ପାରିନି ଲିଭାଇ କଳଙ୍କ
ବରଷା ପାରିନି ଧୋଇ I
ରାତିର ଅନ୍ଧାରେ ମହକ ବିତରି
ସକାଳକୁ ଯାଏ ଝଡି
ଝରା ଶେଫାଳୀର ଅସରନ୍ତି ଦୁଃଖ
କିଏବା ପାରିଛି ପଢି I
ସାଗର ପୁଲିନେ ବରଷାରେ ଭିଜି
ମୁକ୍ତାଟିଏ କିଏ ଖୋଜେ
ମରଣବି ଦିଶେ ସହଜ ସୁନ୍ଦର
ଜୀବନ ଯେଉଁଠି ହଜେ I
ରାତିର ଅନ୍ଧାର କଥା କହୁଥାଏ
ଆଲୁଅ ଲୁଚିଲେ ଦୂରେ
ପବନ ବି ଗାଏ ପ୍ରୀତିର ଗଜଲ
ଆକାଶ ଚାନ୍ଦୁଆ ତଳେ I