Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Romance Inspirational

3  

Sadananda Sahoo

Romance Inspirational

ଅନାବିଳ ପ୍ରେମ

ଅନାବିଳ ପ୍ରେମ

1 min
153


ଅନାବିଳ ପ୍ରେମ ଜଗତେ ଶାଶ୍ଵତ  

  ସମାଜରେ ତିଷ୍ଠି ରହେ

ପବିତ୍ରତା ଭରେ ଦିବା ନିଶି ସତେ

  ମନପ୍ରାଣ ସଦା ମୋହେ !1!

   

ପ୍ରେମ ଧର୍ମ କର୍ମ ପ୍ରେମ ଚିର ମର୍ମ 

 ଆତ୍ମାର ସଂଯୋଗ ଫୁଲ 

ଦୁଇ ହୃଦୟର ନିଆରା ଏ' ଭାବ 

 ପାହାନ୍ତି ସପନ ଗେଲ !2!


ପ୍ରେମ ହସଫୁଲ ମୂଲ ତା' ଅମୂଲ 

  ସରଗର ପାରିଜାତ 

ପ୍ରେମୀ ପାରେ ତୋଳି ସରଗକୁ ଚଢି 

  ପ୍ରେମିକା ପରାଣ ମିତ !3!


ଶାଶ୍ଵତ ପ୍ରେମର ନିଆରା ପ୍ରଭାବ 

  ପ୍ରେମ ପ୍ରେମୀ ଐଶ୍ଵରୀକ 

 ଦୃଶ୍ୟମାନ ହୁଏ ଖଞ୍ଜିଚିରେ କିଏ  

  ଔଜ୍ଜଲ୍ୟ ମୁକ୍ତାମାଣିକ !4!


ପ୍ରେମର ପରଶ ଆଣିଦିଏ ହସ 

 ସୌଭାଗ୍ୟ ବିଜୟ ସତ 

ମଧୁମୟ ଭାଵ ହୁଅଇ ପ୍ରତୀତ 

  ବହିଯାଏ ପ୍ରେମସ୍ରୋତ !5!


ଦୁଇଟି ଆତ୍ମାର ଅପୂର୍ବ ସମ୍ପର୍କ 

  ବିଶ୍ଵାସର ବସାଘର  

ଝଡବତାସରେ ରୁହେ ସେ' ଦମ୍ଭରେ

  ଏକାଗ୍ରତା ବ୍ରତ ତା'ର !6!


ପ୍ରେମିକା ନାୟିକା ସର୍ବଜନାଦୃତା 

  ହୃଦୟ ସଙ୍ଗୀତା ମିତା 

ପ୍ରେମିକ ପ୍ରବର ପ୍ରେମ ସୌଦାଗର 

  ମହା ଅନୁଭବି ଶ୍ରୋତା !7!


ପାଶ୍ଚତ୍ୟ ସଂସ୍କୃତି କରୁଛି ବିକୃତି 

   ପବିତ୍ର ପ୍ରେମର ଛବି 

ଭରତୀୟ ପ୍ରେମ ଜନ୍ମ ଜନ୍ମାନ୍ତର 

  ପ୍ରେମ ପ୍ରେମୀ ଅନୁଭବି !8!


ପ୍ରେମରେ କଳଙ୍କ ନୁହେଁ ଶୁଭଙ୍କର 

 ପ୍ରେମୀକ ପ୍ରେମିକା ହେଜ 

ପ୍ରେମ ଜୀବନର ଚିରହସ ଫୁଲ 

  ହୃଦୟ ପରାଣ ଚିଜ !9!


ପ୍ରେମ ମାନେ ନୁହେଁ ଦୈହିକ ମିଳନ 

 ଦେହ ସୁଖ ଉପଭୋଗ 

ଦୁଇଟି ଆତ୍ମାର ଅପୂର୍ବ ସଂଯୋଗ 

 ସ୍ନେହଁ ଭାବ ଅନୁରାଗ !10!


ହୃଦୟ ବିଭବ ନିଆରା କୃତିତ୍ଵ 

 ସ୍ମୃତିର ସ୍ଵାକ୍ଷର ଲିପି 

ଆସ ପ୍ରେମ ପ୍ରେମୀ ହେବା ଅନୁରାଗୀ 

  ବ୍ୟଭିଚାର ଯିବ ଛପି !11! 



Rate this content
Log in

Similar oriya poem from Romance