Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALITA MOHAN DASH

Abstract Inspirational Children

4  

LALITA MOHAN DASH

Abstract Inspirational Children

ଅନ୍ ଲାଇନ ପାଠ ପଢ଼ା

ଅନ୍ ଲାଇନ ପାଠ ପଢ଼ା

1 min
258


ଚାଟଶାଳୀ ପାଠ ଉଭେଇ ଗଲା ଆସିଲା ଫୋନ୍ ସ୍ମାର୍ଟ,

ଭୁଲିଗଲେ ସବୁ ସିଲଟ, ଖଡ଼ି

ଅନ୍ ଲାଇନ୍ ରେ ସବୁ ବାୟା ଏବେ

ଛୋଟ ପିଲାଠାରୁ ବୁଢା ବୁଢି.... ।


ସବୁ ଘରେ ଥିଲା ଗୋଟିଏ ଫୋନ୍

ନା ତାର ଥିଲା ଲ୍ୟାଣ୍ଡ

ଘରେ ସବୁ ଏବେ ମେମ୍ବର ଯେତିକି,

ଧରି ବୁଲୁଛନ୍ତି ସେଟ୍ ହ୍ୟାଣ୍ଡ...... ।


କୋଭିଡ୍ ଆସିଲା ଯନ୍ତ୍ରଣା ବି ଦେଲା

ସାଙ୍ଗରେ ଆଣିଲା ପାଠପଢ଼ା ଅନ୍ ଲାଇନ୍,।

ପାଠ ପଢି ସବୁ ଜ୍ଞାନ ବଢ଼ିଗଲା,

ସବୁ ଦେଖି ପିଲା ହେଲେ ସୁପର୍ ଫାଇନ୍।...... ।     

ପ୍ରଶ୍ନ ନ ସରୁଣୁ ଉତ୍ତର ଦେଲେ,

ସର୍ଚ୍ଚ ମାରି ଗୁଗୁଲ୍ ରୁ ,

ଗଧ ପିଲା ସବୁ ପ୍ରଥମ ହୋଇଲେ

ଭଲ ପିଲାଙ୍କର ବୁଦ୍ଧି ହଜିଗଲା ମୁଣ୍ଡରୁ ....... ।


କୋଭିଡ୍ ଆସିଲା ପିଲାଙ୍କୁ ଦେଲା

gift smartphone

ଅନ୍ ଲାଇନ୍ ରେ ଫୋନ୍ ଧରି ,ପାଠ ପଢି ପିଲା କହିଲେ,

It's an i Phone,

But, now it is my phone . ..... ।

ପୁଣି ସେଇ ଭୟ ଆସୁଛି ବୋଧେ

ହୋଇଯାଅ ସାବଧାନ୍,

ପିତା ମାତା ଙ୍କର ଚିନ୍ତା ବଢିଲାଣି,

ଏବେ ଠୁ କଲେଣି plan .... ।


ସାଙ୍ଗ ବଢିଗଲେ smartphone ଧରି,

ପରିବାର ଠାରୁ ହୋଇଗଲେ ଛୁଆ ଦୁର,

ଶିକ୍ଷକ ଆଉ ଅଭିଭାବକ ଭୁଲ୍ କହୁଛନ୍ତି ।

Smartphone ଟି କେବଳ ବେଦର ଗାର ..... ।

ପିଲାମାନଙ୍କର ଡର, ଭୟ ସବୁ ଉଭେଇ ଗଲା କୁଆଡେ,

ଉଚ୍ଚ ସ୍ବରରେ କଥା ହେଉଛନ୍ତି ,।

ଦାଣ୍ଡ ଆଉ ବାରିଆଡେ.... ।


ହାୟରେ smartphone , କୋଟି ଦଣ୍ଡବତ ତୋତେ,

ଅନ୍ ଲାଇନ୍ ପାଠପଢ଼ାରେ ଜ୍ଞାନ ବଢାଇଲୁ ଯେତେ,

ତୋ ସାଙ୍ଗେ ଆଉ , ସରି ହେବ କିଏ ସତେ?



Rate this content
Log in

Similar oriya poem from Abstract