STORYMIRROR

Sudeshna Pradhan

Fantasy

3  

Sudeshna Pradhan

Fantasy

ଅମୃତମୟ ବିଚିତ୍ର ଜଗତ

ଅମୃତମୟ ବିଚିତ୍ର ଜଗତ

1 min
163

ସିନ୍ଦୁରା ସୁନ୍ଦର ରୂପ ବର୍ଣ୍ଣlଳୀ,   

 ନଭ ଶିରେ କିଏ ଦେଇଛି ତୋଳି,      

   ଅନଳ କନକ ତେଜ ପ୍ରକାଶି,           

କୋଣ ପ୍ରତିକୋଣେ ଯାଏ ଝଲସି,      

   ସାଗର ସଗର୍ଭେ ବିସ୍ତାରୀ କାୟା,        

  ନିଶି ଆଗମେନ ନକ୍ଷତ୍ର ବାୟା,       

  ପ୍ରଜ୍ଞାସିଦ୍ଧ ସିଏ ବିଜ୍ଞ ପୁରୁଷ,           

  ଅମୃତ ଚି଼ହ୍ନଟେ ରଖିଣ ବିଷ,      

      ଅଦ୍ଭୁତ ଅଚମ୍ବ ଆଜନ୍ମ ସୃଷ୍ଟି,         

    ସବୁ ଜୀବଦେହେ ଆବୋରି ଭକ୍ତି ।


      ହୁତlଶନ କେବେ ହିତ ଖୋଜିଛି,     

  ହୟଶlଳେ ହାୟ ହୀନ ପଡିଛି,          

ଜାଗୃତି ଭର ଜଗତ ଜନେ,           

   ସ୍ମୃତି ସାଜି ସ୍ମର ପ୍ରତିଟି ମନେ,      

    ଅଗତିର ଗତି ଦୁଃଖ ନାଶନ,     

     ଅମୂର୍ତ୍ତରୁ ମୂର୍ତ୍ତ ମର୍ତ୍ୟର ଜ୍ଞାନ,          

 କଳାଙ୍କ କୌଶଳ କଙ୍କଣ ସାଜି,         

 ଶତାଙ୍କ ସପଟେ ଜିତାଅ ବାଜି,     

     ପ୍ରକୃତି ପ୍ରାଚୁଯ୍ୟ ପୂରଣ ସତ୍ତା,         

  ସମୃଦ୍ଧି ସୌନ୍ଦର୍ଯ୍ୟ ଭରି ବିଧାତା,     

   ଜଳଧିରେ ଜଳ ସମ୍ପଦ ପୁରି,       

     ସ୍ଥଳେ ବାୟୁ ବହେ ପ୍ରାଣ ଆଦରି,       

  ଏଇତ ଅମୃତ ବିନ୍ୟାସ ଲୀଳା,     

     ସକଳ ସନ୍ଦର୍ଭେ ରଚିତ ଖେଳା ।


       ସ୍ବର୍ଣ୍ଣ ବିଭୁଶଣେ ବର୍ଣ୍ଣ ବଦଳେ,      

    ଶରୀରେ ନ ଥିଲେ ମୂଲ୍ୟ ତା ସରେ,        

କର୍ଣ୍ଣ ଆଭୁଷଣ ଶାସ୍ତ୍ର କୁଣ୍ଡଳ,            

 ସତ୍ୟ ସଜାବଟ ଗଳାର ମାଳ,    

      ହସ୍ତରେ ମେହେନ୍ଦି ପରି ସୁବର୍ଣ୍ଣ,     

  ମୂଲ୍ୟହୀନ ହୁଏ ନ ଥିଲେ ଦାନ,     

      ମନ ପରିଷ୍କୃତ ବାକ୍ୟେ ସୁବୁଦ୍ଧି,         

  ସାତ୍ଵିକ ଭୋଜନେ ଶରୀର ଶୁଦ୍ଧି,       

   କୂଳ ଆଭୁଷଣ ନାରୀ ପୁରୁଷ,        

  ସଦାଚାର ସଦା ଭରା ପିୟୁଷ,          

ସର୍ବାର୍ଥ ସାଧକ ସ୍ୱର୍ଗର ତୁଲ୍ୟ,        

   ସେସମ ଜୀବନ ଅମୂଲ୍ୟ ମୂଲ୍ୟ ।


      ଚକ୍ରକାରେ ଘୁରେ ସାରା ସଂସାର,    

   ଜଳଚକ୍ରେ ଯେନେ ବରଷା ଧାର,      

  ବାୟୁଚକ୍ର ସାରା ଜୀବ ଆଧାର,     

     ସମୟ ଚକ୍ରରେ ଜୀବନ ସାର,         

  ଜ୍ଞାନ ଚକ୍ର ଘୁରେ ଜ୍ଞାନୀ ଶରୀରେ,      

  ଚକ୍ରଘୁରି ଫେରେ ପ୍ରାରମ୍ଭ ଧାରେ,      

  ବିଚିତ୍ର ବ୍ରହ୍ମlଣ୍ଡ ସୃଷ୍ଟି ଅମୃତ,           

  ବୁଝେ ସୁଧୀଜନ ଯା'ସ୍ଥିର ଚିତ୍ତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy