STORYMIRROR

Debadatta Jena

Abstract Romance Tragedy

4.0  

Debadatta Jena

Abstract Romance Tragedy

ଅମୀମାଂସିତ

ଅମୀମାଂସିତ

1 min
243


ଇଚ୍ଛା ନୁହେଁ,ସେ ଅନିଚ୍ଛାରେ ଵି ତ 

କିଛି ମାଦକତା ଥିଲା,

ଯେଉଁଥି ପାଇଁ ଥିଲି ଆକର୍ଷିତ,

ନିର୍ଭର ନୁହେଁ, ସେ ବିନିର୍ଭରରେ ଵି

କିଛି ଗଭୀରତା ଥିଲା,

ଆପେ ଆପେ ହେଲି ଆଗ୍ରହ୍ୱାନୀତ,

ଚଞ୍ଚଳ ଚିତ୍ତ, ଅବିଚଳିତ ମନ,

ତଥାପି ଥିଲି ମୁଁ ଅନୁଗ୍ରହୀତ,

ତୁ ମୋ ପ୍ରଶ୍ନରେ ଅସମାହିତ,

ମୁଁ ସମାହିତ ମୋ କୁଣ୍ଠିତ ଆବେଗ,

ଏବେ ଵି ନୀରବ ନିଶ୍ଚିତ..!

ମୁଁ ସ୍ଥିର, ତୁ ଅସ୍ଥିର, ହେଲେ ଵି,

ମୋ ଲକ୍ଷ୍ୟରେ ମୁଁ ନୁହେଁ ବିଚ୍ୟୁତ,,

ପରିଚିତ ନୁହେଁ, ସେ ଅପରିଚିତର

ପରିସ୍ଥିତିରେ ମୁଁ ଯେ ସାନ୍ଦିହାନ,

ଦିଗ ବାରେଣୀ ତୁ, ଦିଗ ନିର୍ଣ୍ଣୟରେ

ଅଛି କି ମୋ ଆଗତ ଭବିଷ୍ୟ,

ମୋ ହୃଦୟ ରଥରେ, ସ୍ୱୟଂ ପଥଚାରୀ,

ମୁଁ ମାଗେ ଆଜି ମୋକ୍ଷ ପଥ,

ତୁ ଲକ୍ଷ୍ୟ ମୋର ଏ ଅଲକ୍ଷ୍ୟ ଭେଦରେ

ମୋ ଆକାଂକ୍ଷା, ମୋ ଅବଶୋଷ 

ମୋ ମୀମାଂସା ତ,ଅମୀମାଂସିତ..!



Rate this content
Log in

Similar oriya poem from Abstract