ଅମାନିଆଁ ଫଗୁଣ
ଅମାନିଆଁ ଫଗୁଣ


ପାଦ ଚିପି ଚିପି ପଛପଟୁ ଆସି,
ଆଖି ବୁଜି ଧରି ମୁରକି ମୁରକି ହସେl
ମନ ହଜିଯାଏ, କିଛି କିଛି ହୁଏ,
ତାର କୋମଳ ପରଶେ ll
ସିଏତ ଫଗୁଣ ଭାରି ଅମାନିଆଁ,
କିଛି ଦିନ ପାଇଁ ଆସି ପୁଣି ଫେରି ଯାଏl
ଯେତେ ଅନୁରୋଧ କଲେ ବି ରହିବାକୁ,
ଆଉ କିଛି ଦିନ, ମନା କରେ ll
କେବେ ଗୋଲାପ ତ କେବେ ଯେ ଟଗର
କେବେ କନିଅର ମଧୁମାଳତୀ l
ସବୁବେଳେ ଭରା ତାର ଫୁଲ ଡାଲା
କେବେ ପୁଣି ଆଣେ ସୁନ୍ଦର ନିଆଳୀ ସେବତୀll
ଆସିବ ଆସିବ ହୋଇ କେବେଠୁ ଥାଏ ପ୍ରତୀକ୍ଷା
ହେଲେ କ୍ଷଣେ ମାତ୍ର ଦର୍ଶନ ଦେଇ ଯାଏ ପଳାଇl
ମନ ଭରେ ନାହିଁ ଆଖି ପୁରେ ନାହିଁ ଦର୍ଶନେ ତା
କେବେ ଯେ ଫେରିବ ପ୍ରତିଶ୍ର
ୁତି ବି ଦିଏ ନାହିଁll
ବରଷକ ପରେ ପୁଣି ଦେଖାହେବ ଆକଶ୍ମିକେ
ଭାବି ମନ ଦେହ ସବୁ ଶୀତେଇ ଉଠନ୍ତି ପୁଲକେl
କିଏ ଜାଣେ କି ଅଛି ସେ ମଧୁର ପରଶେ
ବାରମ୍ବ|ର ପାଇବାକୁ ଇଛା କରି ଫେରେ ନିରାଶେ ll
ତୁମେ ଚାଲିଗଲା ପରେ ଗ୍ରୀଷ୍ମର ପ୍ରତାପେ
ଉତପ୍ତ ଧରାର କଲବଲ ଦେଖିବା ସହଜ ନୁହେଁ l
ଶୀତଳ ସ୍ପର୍ଶକୁ ତୁମର ଝୁରିବା କେବଳ ସାର ହୁଏ,
ଶିଶିର ସ୍ନାତା ଘାସର ଗାଲିଚା ରେ ଲୋଟିବାକୁ ମନ ଚାହେଁll
ଆଉ କିଛିଦିନ ରହିଯାଅ, ଯାଅ ନାହିଁ ତରବରେ
ହାତ ଧରି ରାଣ ନିୟମ ତ ପକାଇ ସାରିଛିl
ଆଉ କଣ ଚାହଁ କହି ଦେଲେ ସର୍ବ ସମ୍ମୁଖରେ
ପୂରଣ କରିବି ନିଶ୍ଚୟ, ଶପଥ ତ୍ରିବାର କରୁଛି ll