STORYMIRROR

subrat kumar jena

Fantasy

4  

subrat kumar jena

Fantasy

ଅଲୋଡ଼ା ଶୀତ ସକାଳ

ଅଲୋଡ଼ା ଶୀତ ସକାଳ

1 min
508

ଚାରି ଆଡ଼େ ସୁନ ସାନ ଟୁପୁରୁ ଟାପର,

ସମସ୍ତେ ଆଶ୍ରିତ ନିଦ୍ରା ଦେବୀର ଆରାମ କୋଳରେ,

ଯେଉଁ ଆଡେ ଚାହିଁଲେ ଧୂଆଁ ଧୂଆଁ ଆଉ ଶୀତ ପ୍ରବାହ,

ଇଛା ନଥିଲେବି ବିଛଣା ଆଉ କମଳ କୁ ଛାଡିବାକୁ,

ବାଧ୍ୟ ହୁଏ କମଳ ଛାଡି ଅନିଚ୍ଛା ସତ୍ୱେ ବାହାରକୁ ବାହାରିବାକୁ ।


ବାହାରେ ସତେ ଯେମିତି ନିରବ ହିଁ ନିରବ,

ନା ଶୁଭେ ବିଲୁଆର ହୁକେ ହୁ ନା କାଉର କା କା,

ଧୀରେ ଧୀରେ ସମୟ ଗଡି ଚାଲେ,

ହେଲେ କଣ ହେଲା କାହିଁ ସୂର୍ଯ୍ୟଙ୍କର ଉଠିବା ସମୟ ବୋଧେ ହୋଇନି ।


ହଁ ସେ ବା କାହିଁ ଏତେ ଶୀଘ୍ର ଶଯ୍ୟା ଛାଡିବେ,

ତର ତର ହୋଇ ସବୁକାମ ସାରିବାକୁ ପଡେ,

କାହିଁକିନା ଆବଶ୍ୟକତା ବୁଝେନି ସମୟ ଆଉ ପରିସ୍ଥିତିକୁ,

କାହାର କେମିତିକା କିଏ ଡାକ୍ତରଖାନା ତ,

କିଏ ପେଟ ପୋଷିବା ଲାଗି ଗନ୍ତବ୍ୟ ସ୍ଥଳକୁ ଯାତ୍ରା,

ହଁ ମୁଁ ବି ଫେରେ ମୋର କର୍ମକ୍ଷେତ୍ରକୁ ।


କୁହୁଡ଼ିର ଆବରଣରେ ମୁଁହକୁ ମୁଁହ ଦେଖା ନ ଗଲେବି

ଫେରିବାର ନିଶା ବି ଅଲଗା ଖାଲି ଦେଖା ଯାଏ

ଗନ୍ତବ୍ୟର ଚିତ୍ର,

ବସରେ ବସି ଅଧା ଅଧା ନିଦରେ କିଛି ବିତି ଥିବା

ମଧୁର ସ୍ମୃତି,

ଆଉ କିଛି ଆଗାମୀ ଯୋଜନା ଚିତ୍ର ଖେଳିଯାଏ

ସେଇ ଶୀତ ସକାଳ ର ଅଭୁଲା କାହାଣୀ ସାଥିରେ,

ଯାହା ଆଗରୁ ବି ଥିଲା ଆଉ ଆଜି ବି

ଏ ବୋଧେ ସବୁ ମଣିଷର ଅଙ୍ଗେନିଭା ଶୀତ ସକାଳର ଅପାସୋରା କାହାଣୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy