STORYMIRROR

Anam Charan Sahoo

Fantasy Inspirational

3  

Anam Charan Sahoo

Fantasy Inspirational

ଅଲିଭା ସ୍ମୃତି

ଅଲିଭା ସ୍ମୃତି

1 min
173

ଭଉଣୀ ମୋହର ଅତି ଆପଣାର

ବାପା ମାଆଙ୍କର ଗେହ୍ଲୀ

ତା ଅଧରେ ହସ ଖେଳିଯାଏ ବାସ

ଅଗଣା ମହକେ ମଲ୍ଲୀ।

ବାପା ଆଣିଥିବା ଭିନ୍ନ ଦରବରେ

ପ୍ରଥମେ ତା ନାମ ଲେଖା

ସେଥିରୁ ଅନ୍ତର ହେଲେ ଜାଣିଥାଅ

ଗୃହେ ଜଳେ ଅଗ୍ନି ଶିଖା।

ହେଲେ ବିପରୀତ ଭାଇଙ୍କୁ ତାହାର

କିଛି କହିଦେଲେ କିଏ

ଶବଦ ବାଣରେ ଘାଇଲା କରେ ସେ

କୂଳ କିନାରା ନ ଦିଏ।

ତା ରୁପ ମାଧୁରୀ ମୁନି ମନ ଜିଣି

ସୁମନ ପଡଇ ଫିକା

ଭାଇ ଭଗିନୀର ସେନେହ ଆଦର

ହୃଦୟେ ସାଇତା ଲେଖା।

ବୟସ ଏଗାର ଥିଲା ବିହି ଠାର

ଉପସ୍ଥିତ ଆସି କାଳ

ଜୀବନର ମୂଲ୍ୟ ବୁଝିବା ଆଗରୁ

ସଂସାର ଛାଡ଼ିଲା ବାଳ।

ସେହିଦିନ ଆମ ସୁଖର ସଂସାର

ଉଜୁଡିବା ହେଲା ସାର

ବେନି ବର୍ଷ ପରେ ଶମନ ପୁରରେ

ଥାପିଲେ ପିତା ପୟର।

ସେହି ଦୁଃଖ ଏବେ ଅନ୍ତର ଜଳାଏ

କେବେତ ହୁଏନା ଭୁଲି

କାନ୍ଦିବା ଭୁଲିଛି ସେହି ଦିନଠାରୁ

ଲେଖିଦେଲି ହୃଦ ଖୋଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy