ଅବ୍ୟକ୍ତ ଯନ୍ତ୍ରଣା
ଅବ୍ୟକ୍ତ ଯନ୍ତ୍ରଣା
ସେ ଯନ୍ତ୍ରଣା ମତେ ବି ହେଉଛି ଯାହା ତୁମକୁ ହେଉଥିଲା
ତୁମେ ଭାବିପାର ମୁଁ ନୀରବ ରହି ପାରୁଛି କିପରି???
ସେ ପ୍ରଶ୍ନ ତୁମେ ମତେ କରିବି ପାର???
ତୁମକୁ ତ ମୁକ୍ତ କରିଛି ସବୁ ବନ୍ଧନରୁ
ତୁମେ ମୁକ୍ତ ପକ୍ଷୀ ହୋଇ ଖୋଲା ଆକାଶରେ ବୁଲିବି ପାର!!!
ବାସ୍ ମନ ମଧ୍ୟରେ ଯୋଉ ଦ୍ଵନ୍ଦ ରହିଲା
ତୁମକୁ ନିଜର ଭାବି ଭାବି ଆଜି ମୁଁ ତୁମ ପାଇଁ ସାତ ପାର!!
ଆହା !!
ଏ କି ଯାତନା !!
ଏ କି ବେଦନା !!
ଆଉ ଏ ଅବ୍ୟକ୍ତ ଯନ୍ତ୍ରଣା ମୁଁ ବ୍ୟକ୍ତ କରି ବି ପାରେନା!!!
ତୁମ ମନେ ଥିବା ସେ ଅଭିଯୋଗ ଅଭିମାନ
ଭାରି ଆପଣାର ଲାଗେ
ତୁମେ ମୋର ବୋଲି ମୁଁ ଛାତି କୁଣ୍ଡେ ମୋଟ ବି କରେ
ହେଲେ ଆଜି ଏ କାଳ କବଳରେ କବଳିତ ହୋଇ
ମୁଁ ତୁମ ମନ ମଧ୍ୟେ ଥାଇ ମଧ୍ୟ ତୁମଠୁ ଅନେକ ଦୂର !!!
ତୁମର ସେ କୋମଳ ମନ ଆଉ ମୋର ନୁହେଁ
ଭାବିଲା ବେଳକୁ ସତରେ ମୁଁ ଖଣ୍ଡ ବିଖଣ୍ଡିତ ହୋଇଯାଏ ଭିତରେ ଭିତରେ
କିନ୍ତୁ
ମୁଁ ନିଜକୁ ମିଛ ହସର ଖୋଳପା
ଭିତରେ ସଜେଇ ରଖିଛି
ସତ କହୁଛି ଲୁହକୁ ଲୁହା କରି ମୁଁ
ନିଜ ଉପରେ ହସିବା ଶିଖି ଯାଇଛି ....
ଏଇତ ପ୍ରତିଶୃତି ଥିଲା ଖୁସିରେ
ରହିବା ପ୍ରତ୍ୟେକ ମୁହୂର୍ତ୍ତରେ
ସେଇ ପ୍ରତିଶୃତିରେ ବନ୍ଧା ହୋଇ
ଆଜି ମୁଁ ନିଃସ୍ୱ ସାଜିଛି ଏ ବିଶ୍ଵ ଭିତରେ
ତଥାପି ମୁଁ ଖୁସି କାହିଁକି ନା
ତୋ ହସ ହସ ମୁହଁ ମୋ ବଞ୍ଚିବାର ମହୌଷଧି
ଯାହା ମୁଁ ଦୂରେ ଥାଇ ମଧ୍ୟ ସେବନ କରେ !!

