STORYMIRROR

Aniruddha Samantara

Fantasy

2  

Aniruddha Samantara

Fantasy

ଅବ୍ୟକ୍ତ ବେଦନା

ଅବ୍ୟକ୍ତ ବେଦନା

1 min
13.5K


ବହୁ ଚେଷ୍ଟା ସତ୍ତ୍ବେ

ଧରା ଦିଅନ୍ତିନି ଶବ୍ଦଗୁଡାକ,

ଇଛାହୁଏ ପ୍ରକାଶନ୍ତି

ମନର ଭାବାବେଗ ସବୁ

ହେଲେ,ହୃଦୟର ମରୁଭୂମିରେ

ମରୀଚିକା ପାଲଟେ ଅକ୍ଷର....


ଲହୁଲୁହାଣ ହୋଇ ଦୌଡେ

ଆଜି ନିଶ୍ଚେ ସାଉଁଟିବା ଆଶାରେ..

ତଥାପି, ଅଧାଗଢା ଅବସ୍ଥାରେ

ଶ୍ରୀହୀନ ସାଜେ ମୋ କବିତାର କୋଣାର୍କ

ଭଗ୍ନଶିଳା ସମ ମୋ କାଗଜ ଟୁକୁରା ସବୁ

ଉପହାସ୍ୟ କରନ୍ତି ,ମୋ ଅଳିଆଡବାରୁ।


ଜାଣେନା କେବେ ତୋଳିବି

ଦଧିନଉତି ମୋ ଲେଖାର

ପୂର୍ଣ୍ଣାଙ୍ଗ ରୂପ ଦେବାକୁ ତ,

ପୁଣି ସଂଗ୍ରହିବି ସମସ୍ତ ଶବ୍ଦ ଶିଳାସବୁ

ଫେରିବି.. ଫେରିବି..


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy