STORYMIRROR

Aniruddha Samantara

Romance

2  

Aniruddha Samantara

Romance

ଅଦିନିଆ ବର୍ଷାର ଅନୁଭୂତି

ଅଦିନିଆ ବର୍ଷାର ଅନୁଭୂତି

1 min
14.5K


[ ଅଦିନିଆ ବର୍ଷାର ଅନୁଭୂତି ]


ସମସ୍ତଙ୍କ ସ୍ବପ୍ନ ଥାଏ ନା?

ବର୍ଷାରେ ଭିଜି ଭିଜି ନିଜ ଗାର୍ଲଫ୍ରେଣ୍ଡ ସହ

ଲଙ୍ଗ୍ ଡ୍ରାଏଭରେ ଯିବା..

କିନ୍ତୁ,

ତୁମର ମନେ ଅଛି?

ଆମ ଏଇ ସମ୍ପର୍କ ଦିନେ ସେଇ ଅଦିନିଆ

ବର୍ଷାରେ ଆରମ୍ଭ ହୋଇଥିଲା।


ଶାରଦୀୟ ସନ୍ଧ୍ୟାବେଳେ

ଟ୍ରେନିଙ୍ଗ କ୍ଲାସ ସାରି

ଭଗବତୀ ଦର୍ଶନରେ ବାହାରିଥିଲେ

ଝିପ୍ଝିପ୍ ବର୍ଷାରେ

ସେଇ ଅଙ୍କାବଙ୍କା ପାହାଡିଆ ରାସ୍ତାରେ

ନୀଳ ସ୍କୁଟିରେ ମୁଁ ଆଉ ତୁମେ।


ଅଦିନିଆ ବର୍ଷାରେ ଭିଜି

ଯେବେ ତୁମ କଞ୍ଚାଦେହ ଥରୁଥିଲା,

ସେଇ ଫାଷ୍ଟଫୁଡ୍ ଠେଲାଗାଡିର

ଗରମ ସିଘଂଡାକୁ ଫୁ..ଫୁ... କରି ଖୁଆଉଥିଲି,

ଆଉ ତୁମେ ତୁମ ଭିଜାଭିଜା ଗୁଲାପି ଉଠରେ

ଗେଲରେ ମୋ ଆଙ୍ଗୁଠି କାମୁଡୁଥିଲ।


ଦରଭିଜା ଦେହରେ

ରାବଣପୋଡି ପଡିଆରେ ହାତହାତ ଛନ୍ଦି ବୁଲୁଥିଲେ

ଭଳିକି ଭଳି ରଙ୍ଗର ଆଲୋକସଜ୍ଜା,

ରାମଦୋଳି, ଖେଳରେ ହଜିଯାଇଥିଲେ


ହଠାତ୍ ମନେପଡିଲା ହୋମଓ୍ବାର୍କ କଥା

ପୁଣି ଫେରିବାକୁ ହେବ ତେର ମାଇଲ୍

ସେଇ ରାସ୍ତାରେ, ହେଲେ ଏତେ ରାତିରେ?

ବର୍ଷା ବି ଢେର ବଢିଯାଇଥିଲା, ତା ସାଙ୍ଗକୁ

ଭିଜିବାର ଇଛା ବି

ସ୍କୁଟି ଷ୍ଟାର୍ଟ ପୁଣି ବର୍ଷାରେ ମୁଁ ଆଉ ତୁମେ।


ମୋର ମନେଅଛି ସହର ସରିବା ବାକିଥିଲା

ତୁମ ଆଉ ମୋ ଭିତରେ

ଟିକିଏ ବି ଗେପ୍ ନଥିଲା।

ମୁଁ ବି ନିଜଠୁ ହଜିସାରିଥିଲି

ତୁମ ଭିଜା ଦେହର ଉଷୁମ ଆଲିଙ୍ଗନରେ

ଅନ୍ଧାର ରାତିର ଭୟ , ତୁମ ମଧୁର କଥାର ଧର୍ଯ୍ୟ

ଶେଷରେ ଠିକଣା ସହରରରେ ।


ତଥାପି କମିନଥିଲା ସେ ବର୍ଷା....

ଫିଲ୍ମି ଷ୍ଟାଇଲ ବର୍ଷାରେ, ଟ୍ରାଫିକ୍ ଛକରେ

ତୁମ ସହ

ଆଇସକ୍ରିମ ଖାଇବା ମଜା ବି ଛାଡିନଥିଲି।

ସେଠୁ ପୁଣି ହୋଟେଲରେ ଦି'ପଟ ରୁଟି

ସେଠୁ ଯେ, ଯା ରାସ୍ତାରେ।


ତୁମେ ସିନା ରୁମ୍କୁ ଚାଲିଗଲ ,

ହେଲେ ମୁଁ , ସେମିତି ବର୍ଷାରେ ଭଜୁିଥିଲି।

ବହୁତ ଡାକ ଛାଡିଲି ଘର ମାଲିକକୁ

ଶେଷରେ ଗରଗର ହେଇ ଗେଟ୍ ଖୋଲିଥିଲା।

ଓଦା ଡ୍ରେସ ଉତ୍ତାରି, ପୁଣି ଭାବୁଥିଲି ତୁମକୁ

ତଥାପି କମିନଥିଲା ସେ ଅଦିନିଆ ବର୍ଷା।


ଆଜି ତୁମେ ଅଛ ଆଉ ମୁଁ ,

କିନ୍ତୁ ବର୍ଷା ନାହିଁ।

ହେଲେ ବର୍ଷିବ... ବର୍ଷିବ ନିଶ୍ଚୟ

ସେ ଅଦିନିଆ ବର୍ଷାର ଅନୁଭୂତି

ଅମଳିନ ସ୍ମୃତି ହୋଇ ରହିବ।



ଅନିରୁଦ୍ଧ ସାମନ୍ତରା

କଲ୍ୟାଣ ସିଂହପୁର, ରାୟଗଡ

୯୪୩୮୬୮୫୮୬୫


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance