STORYMIRROR

Aniruddha Samantara

Others

2  

Aniruddha Samantara

Others

ପ୍ରଭାତ ପ୍ରବାଦ

ପ୍ରଭାତ ପ୍ରବାଦ

1 min
13.7K


ପ୍ରଭାତ ପ୍ରବାଦ

ପ୍ରତୀକ୍ଷା ହେଲା ଅନ୍ତ
ପ୍ରବେଶିଲା ମୌସୁମି
ପ୍ରଶାନ୍ତ ଏ ଧରଣୀ
ପ୍ରଭାତେ ଶାନ୍ତ ପ୍ରଭାକର
ପ୍ରତୀୟମାନ ମାଥେ ସିନ୍ଦୂର
ପ୍ରମୋଦିତ ଜୀବଦଳ
ପ୍ରଫୁଲିତ ଲତାମାଳ
ପ୍ରଚ୍ଛନ୍ନ ଆଜି ଚାଷିକୁଳ
ପ୍ରବଳ ବେଗେ ସୌଦାମିନୀ
ପ୍ରକାଶଇ ଶାନ୍ତସ୍ବର
ପ୍ରୟାସ ନୂତନତ୍ବର
ପ୍ରକ୍ଷାଳନ ରୌଦ୍ରତାପର
ପ୍ରତିବିମ୍ବିତ ସବୁଜିମା
ପ୍ରତିଫଳନ ଦୂର ଦିଗବଳୟ
ପ୍ରବାହେ ଶୀତଳ ସମୀର
ପ୍ରତିଧ୍ବନି କଳାବାଦଲର
ପ୍ରସ୍ତାପନ ଶୁଭସକାଳର
ପ୍ରସନ୍ନ ସଭିହୃଦର
ପ୍ରକୃତି ଆଜି ଆଃ.......କି ସୁନ୍ଦର!!!

ଅନିରୁଦ୍ଧ ସାମନ୍ତରା
କଲ୍ୟାଣ ସିଂହପୁର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍