STORYMIRROR

Aniruddha Samantara

Inspirational

4  

Aniruddha Samantara

Inspirational

' ଅ '

' ଅ '

1 min
28.7K




ଅନେକ ସ୍ବପ୍ନନେଇ
ଅନ୍ତଛେଦି ମାତୃଗର୍ଭର
ଅବତରେ ଧରାପୃଷ୍ଠେ
ଅଧୁରା ପାଲଟେ ସ୍ବପ୍ନସବୁ ମୋର
ଅବେଳରେ ଯାଏ ଲୋଟି।
ଅସରାଏ ସୁଖ ସଙ୍ଗେ
ଅପାର ଦୁଃଖ ଧରି
ଅଭିନୟ ଚାଲେ ଏଠି।
ଅଭିମାନ ଭାଙ୍ଗି,
ଅର୍ଥ ଲୋଭେ
ଅପରାଧ କରେ ନିରନ୍ତର
ଅହଂଜ୍ବାଳାରେ ଜଳେ ତା ଶରୀର
ଅମଣିଷ ବୋଲାଏ
ଅସ୍ଥିପିଞ୍ଜରାଟେ ଜାଣି।
ଅମାବାସ୍ୟା ସମ କଳଙ୍କ ଲାଗେ
ଅହଲ୍ୟା ସାଜି ପାଷାଣଟି ହୁଏ
ଅନଳେ ଜଳେ ହୋଇ ସୀତା
ଅସ୍ତମିତ ହୁଏ ସବୁ ଅଭିଳାଷ
ଅସହ୍ୟ ମଣେ ଜୀବନଜଞ୍ଜାଳ
ଅଳପ ପ୍ରାଣକୁ ନେଇ
ଅଧାବାଟେ ଛାଡି
ଅପେକ୍ଷା କରେ ମୃତ୍ୟୁକୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational