STORYMIRROR

Aniruddha Samantara

Inspirational Others

3  

Aniruddha Samantara

Inspirational Others

ମୁଁ, କଣ କେବଳ ଶରୀର ?

ମୁଁ, କଣ କେବଳ ଶରୀର ?

1 min
27.9K


(୧)

ସ୍ଵପ୍ନ ଦେଖୁଥିଲି

ଗର୍ଭରୁ ବାହାରି

ଦେଖନ୍ତି ଦୁନିଆା

ଖେଳନ୍ତି ତା କୋଳେ

ହଠାତ୍ ଅଧା ସ୍ଵପ୍ନେ

ଧାରୁଆ ଅସ୍ତ୍ର ଘେନି

ଗର୍ଭେ ନାଶିଲେ ପ୍ରାଣ

ଅନ୍ତରେ କଲି ଚିତ୍କାର

ମୁଁ କଣ କେବଳ ଶରୀର?

(୨)

ଇଚ୍ଛା କରିଥିଲି

ପାଠ ମୁଁ ପଢିବି

ଶିକ୍ଷିତା ହୋଇବି

ଗଢିବି ମୋ ଦେଶ,

ଝିଅଟିଏ ବୋଲି

ପାଠୁ କଲ ଦୂର

ବୁଝିଲନି କେହି, କଣ

ନାହିଁ ମୋ ଶିକ୍ଷାଧିକାର?

ମୁଁ କଣ କେବଳ ଶରୀର?

(୩)

ବନ୍ଧୁଟିଏ ଭାବି

ବାନ୍ଧବୀ ସାଜିଲି

ରଖିଲି ତୁମେ ବିଶ୍ଵାସ

ନ ବୁଝି ମୋ ମୂଲ

ଦେଲ ପ୍ରତାରଣା

ବିଶ୍ଵାସେ ଢାଳିଲ ବିଷ

ଖେଳଣା ଭାବେ ଖେଳି

ନ ବୁଝିଲ ମନ ମୋର

ମୁଁ କଣ କେବଳ ଶରୀର?

(୪)

ଆଣିଲ ଜଗତେ

ପାଳି-ପୋଷି କଲ ଯୋଗ୍ୟା

ସ୍ଵପ୍ନ ଦେଖିବା ପୂର୍ବରୁ

ନିଦ ମୋ ଭାଙ୍ଗିଲ

ହେଲି ସତେ କି ମୁଁ ଭାର

ପରଘରେ ବାହାଦେଲ

ତୁମେ ବି ବୁଝିଲନି ବାପା

ବେଦନା ଏ ମନର

ମୁଁ କଣ କେବଳ ଶରୀର?

(୫)

ତୁମକୁ ଭାବି ନିଜର

ଅତୀତ ମୋ କଲି ପର

ଢାଳିଲି ତୁମେ ବିଶ୍ଵାସ

ହେଲେ ଯଉତୁକ ପାଇଁ

କିରୋସିନି ଢାଳି

ଜାଳିଲ ଏ ଦିହକୁ ମୋର

ମୁଁ କଣ କେବଳ ଶରୀର?

(୬)

ବକ୍ଷ ଛେଦି ଜୀବନ ଦେଲି

ପାଳି-ପୋଷି କଲି ବଡ

ସମୟ ସ୍ରୋତେ ବଦଳିଲା

ଚିତ୍ର ମୋ ସଂସାରର

ସ୍ଵାମୀ କଲେ ସାତପର

ପୁଅ-ଝିଅ ନିଜ ବାଟ ଧରିଲେ

ବୃଦ୍ଧା କାଳେ ହେଲି ଭାର

ବୃଦ୍ଧାଶ୍ରମ ଠିକଣା ହେଲା ମୋର

ମୁଁ କଣ କେବଳ ଶରୀର?

(୭)

ଅସ୍ତିତ୍ଵ ନ ବୁଝି ମନର

ବିନା ଦୋଷେ ମୋର

ନାମେ ବୋଳିଲ କଳଙ୍କ

ନ ଚିହ୍ନିଲ ଛଳଟିକୁ

ହେଲି ପୁରୁଷ କାମନା ଶିକାର

ଆତ୍ମା ପବିତ୍ରତା ସତ୍ତ୍ଵେ

ଶରୀରକୁ ମାପକାଠି କରି

ଅହଲ୍ୟାକୁ କଲ ପଥର!

ମୁଁ କଣ କେବଳ ଶରୀର?

(୮)

ଜନକ ନନ୍ଦିନୀ

ଅତି ସୁକୁମାରୀ

କି ଦୋଷେ ମୋ ଦେହେ

ବୋଳିଲ ଲୋକନିନ୍ଦା

ସନ୍ଦେହ ବାଣୀକୁ ସ୍ବୀକୃତି କରାଇ

ରାଜ ପଣିଆ ଦେଖାଇଲ ନାଥେ

ଅନ୍ତସ୍ବତ୍ତା ସତ୍ବେ ଦୂରେଇଲ!

ଅନଳେ ଜଳାଇ

ପରୀକ୍ଷିଲ ମୋ ସତୀତ୍ଵର!

ମୁଁ କଣ କେବଳ ଶରୀର?

(୯)

କୁରୁସଭା ମଧ୍ୟେ

ସଭିଙ୍କ ସମ୍ମୁଖେ

ପାଞ୍ଚାଳିର କଲ ଅପମାନ,

ଅବଳାର କଲ ବସ୍ତ୍ରହରଣ

ଦୁଃଶାସନର ଦୁଃସାହସିକତାକୁ

କେହି ନ ରୋକିଲ ପଞ୍ଚପତି,

ପିତାମହ,ମହାମନ୍ତ୍ରୀ ବିଦୁର

ନ ଶୁଣିଲ ଆର୍ତ୍ତନାଦ ମୋର

ମୁଁ କଣ କେବଳ ଶରୀର?

(୧୦)

ଆଜି ବି ବଦଳିନି ଏ ସମାଜ

ନ ଚିହ୍ନଇ ସଂପର୍କ କି ବୟସ

ଆଠ ରୁ ଅଶି

କୁନ୍ଦୁଲି ରୁ ଦିଲ୍ଲୀ

ପିପିଲି ଠୁ ଅଞ୍ଜଳି

ସର୍ବେ ଆଜି ଶିକାର

ଅସହାୟ ହୋଇ ନ୍ୟାୟ ମାଗନ୍ତି

ରକ୍ଷାକର ମୋତେ ରକ୍ଷାକର...

ମୁଁ କ’ଣ କେବଳ ଶରୀର?

ଅନିରୁଦ୍ଧ ସାମନ୍ତରା

କଲ୍ୟାଣ ସିଂହପୁର,ରାୟଗଡ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational