STORYMIRROR

Aniruddha Samantara

Tragedy

2  

Aniruddha Samantara

Tragedy

ପୁଣି ଅକ୍ଷୋରେ

ପୁଣି ଅକ୍ଷୋରେ

1 min
12.9K


ଭୁଲିନାହିଁ ତୁମ ଭଗ୍ନ ଚନ୍ଦ୍ରମୁଖୀ

ଦେଖିଥିଲି ଯା ତୁମ ବଧୁବେଶେ

ମନେପଡେ ତୁମ ସେ ବେଳ ବେଦନା

ଗୁପତେ ଯେ ତୁମ ନୟନ ଭାଷେ।


ପ୍ରେମର ସାଗରେ ସଂପର୍କ ବୋଇତେ

କେତେ ଯେ ବିଶାଳ ତରଙ୍ଗ ଡେଇଁ

ଦେଖିଥିଲେ ଆମେ ସୁନାର ସପନ

ଅଜଣା ଝଡ ସେ ନେଲା ଛଡାଇ।


ଟୋପାଏ ସିନ୍ଦୂର କଲା ସାତପର

ହଜିଲା ମୋ ପ୍ରେମର ଠିକଣା

ଶୁଷ୍କ ମରୁ ମରିଚୀକା ସାଜି ତୁମେ

ଏ ଜୀବନେ କରାଇଲ ବାଟବଣା।


କଳ୍ପନାର ନେତ ମେଲି ଏଇ ମନେ

ନିଇତି ଦେଖେ ତୁମକୁ ସପନେ

କାଳେ ଫେରିଆସି ପୁଣି କହିଦେବ

ଭଲପାଅ ବୋଲି ମୋର ଏଇ କାନେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy