ସେଇ ପଥେ ...
ସେଇ ପଥେ ...
ଆଜି ବି ମନେପଡେ
ତବ ସେଇ ପଥ
ବିଶାଳ ଚିନ୍ତାଧାରା ଧରି
ମୈଦାନେ ପର୍ଦାପିଥିଲ
ପରିଶେଷେ ସ୍ବାଧିନତାର ସ୍ବାଦ ପରଷି,
ଆତତାୟୀ ଗୁଳିଘେନି ବାହୁଡିଲ।
ଆଜି ସେଇପଥେ ଏତେ ନିର୍ଜନତା
ନାହିଁ ଯେ କେହି ବାଟୋଇ
ଅଗଣିତ ଜନ ସାଥି ଥିଲେ ତୁମ
କାହିଁ ଆଜି ବିଶ୍ବାସ ନ ହୁଅଇ।
ସତ ନା'ରେ ମିଛ ଯାତ୍ରୀ ଏଠି
କେହି କାହାର ନୁହଇ।
ନ୍ୟାୟ ପ୍ରତିକ୍ଷାରେ ଲମ୍ବାଧାଡି ଏଠି
ତଥାପି ନ ମିଳଇ ନ୍ୟାୟ
ଅପେକ୍ଷାର ଫଳ ମିଠାକି ହୋଇବ
ଯେବେ ଦୁନିଆ ସାଜଇ ନିର୍ଦ୍ଦୟ
ପାପ ଲୁଚିଯାଏ ମିଥ୍ୟା ଖୋଳପାରେ
ମିଥ୍ୟା କରେ ନୃତ୍ୟ ସତ୍ୟର ମଣ୍ଡପେ।
ତବ ସେ ପଥକୁ ଭଲପାଏ ହେଲେ
ପାରେନାହିଁ ଆପଣେଇ
ସତ ଯେ ଗରଳ ଲାଗଇ ସଭିଙ୍କୁ
ମିଥ୍ୟା ଅମୃତ ଅଟଇ,
ଧନ୍ୟ ଅାହେ ମହାତ୍ମା ଧନ୍ୟ ତୁମେ
ତବ ଶ୍ରୀ ଚରଣେ , ମଥା ନୁଅଁଇ।
