STORYMIRROR

Aniruddha Samantara

Tragedy

3  

Aniruddha Samantara

Tragedy

ଶେଷ ଇଛା

ଶେଷ ଇଛା

1 min
14.8K


ଜଳିବାକୁ ଦିଅ

ତୁମ ପ୍ରତାରିତ ପ୍ରେମର

ବତୀ ଶିଖାଟିଏ ହୋଇ।


ଝଡିବାକୁ ଦିଅ

ତୁମ ଅଲୋଡା ବୃନ୍ତର

ମଉଳା ପୁଷ୍ପଟିଏ ହୋଇ।


ଉଡିବାକୁ ଦିଅ

ତୁମ ପ୍ରେମ ପିଞ୍ଜରାରୁ

ମୁକ୍ତ ବିହଙ୍ଗଟେ ହୋଇ।


ଝରିବାକୁ ଦିଅ

ତୁମ ଚକ୍ଷୁ ବନ୍ଧନରୁ

ଅଶ୍ରୁ ଧାରଟିଏ ହୋଇ।


ବଞ୍ଚିବାକୁ ଦିଅ

ତୁମ ଛନ୍ଦା ଜୀବନରୁ

ଅସଲି ମଣିଷଟେ ହୋଇ।


ହସିବାକୁ ଦିଅ

ତୁମ ଗୋଲାପି ଓଧରେ

ବିରହୀ ପ୍ରେମିକଟେ ହୋଇ।


କାନ୍ଦିବାକୁ ଦିଅ

ତୁମ ହୃଦୟ କନ୍ଦରେ

ଭିଜା ସ୍ମୃତିଟିଏ ହୋଇ।


ମରିବାକୁ ଦିଅ

ତୁମ ମନ ମଶାଣିରେ

ଜୀବନ୍ତ ଶବଟିଏ ହୋଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy