STORYMIRROR

Aniruddha Samantara

Inspirational

2  

Aniruddha Samantara

Inspirational

ଝାପ୍ସା ସଂପର୍କ

ଝାପ୍ସା ସଂପର୍କ

1 min
13.7K


    

ଦୂର ଦିଗ୍ ବଳୟରେ

ଏକୀଭୂତ ହୋଇଥିବା ସଂପର୍କ ନୁହେଁତ

 ତୁମର ଆଉ ମୋର

ଯହିଁ ମିଳନର ଆଭାସ ଦେଖାଇ

ଆକାଶ ଆଉ ଧରିତ୍ରୀ ଭଳି

ମିଛଟାରେ ଏକାଠି ହେବାର

ସ୍ବପ୍ନ ଦେଖିବାକୁ ପଡେ ।



ମିଶିବାର ସ୍ବପ୍ନ ନେଇ

ବୋହୁଥିବା ନଦୀର ଦୁଇକୂଳ ନୁହେଁତ

ସଂପର୍କ ଆମର

ଯହିଁ ଏକାଠି ଲୀନ ହେବାର

ବାସ୍ତବତା ଥିବା ସତ୍ତ୍ବେ

ଭିନ୍ନ ଭିନ୍ନ ତୀରରେ

ପ୍ରବାହିତ ହେବାକୁ ପଡେ।


ଜନଶୂନ୍ୟ ମରୁଭୂମିରେ

ମରିଚୀକାର ଭ୍ରମ ନୁହେଁତ

ସଂପର୍କ ଆମ ପ୍ରେମର

ଯହିଁ ବଞ୍ଚିବାର ଆଶା ନେଇ

ତୃଷାତ ପଥିକ

ତୃଷ୍ଣା ମେଣ୍ଟିବାକୁ ଧାଇଁ ଧାଇଁ

ହତାଶ ହେବାକୁ ପଡେ।


ନିସ୍ତବ୍ଧ ରଜନୀର

କ୍ଳାନ୍ତ ହୃଦୟର ସ୍ବପ୍ନ ନୁହେଁତ

ସାଥୀ ସଂପର୍କ ଆମର

ଯହିଁ ବାସ୍ତବ ଏକ କଳ୍ପନା

ଆକର୍ଷଣ ବୀହିନ ମହାକାଶରେ

କୁହୁଡି ପହଁରା ପହଁରି

ନିରାଶ ହେବାକୁ ପଡେ।


ଅସରାଏ ଜୀବନର

ଅମଳିନ ସ୍ମୃତିର ସନ୍ତକ ନୁହେଁତ

ଆମ ଏ ମିଳନ

ଯହିଁ ଜୀବନ ସାଉଁଟେ ସ୍ମୃତିଚିତ୍ର ସବୁ

ସ୍ମୃତି ସଜାଡେ ଜୀବନ

ପ୍ରାଣବିନ୍ଦୁ ପ୍ରସ୍ଥାନ ଦ୍ବାରେ

ପ୍ରଶ୍ବାସ ନେବାକୁ ପଡେ।


               ଅନିରୁଦ୍ଧ ସାମନ୍ତରା

               କଲ୍ୟାଣ ସିଂହପୁର


Rate this content
Log in

Similar oriya poem from Inspirational