STORYMIRROR

Narayan chandra Senapati

Romance Tragedy

3  

Narayan chandra Senapati

Romance Tragedy

ଅଭିଳାଷ

ଅଭିଳାଷ

1 min
274


ଚାହୁଁ ଚାହୁଁ ଚିହ୍ନା ରାସ୍ତାଗୁଡ଼ାକ ଧୀରେ ଧୀରେ ଅଚିହ୍ନା ହୋଇଯାଏ

ଗୁନ୍ଥାଗୁନ୍ଥି ହୋଇ ରହିଥିବା ଅତୀତର ଚିହ୍ନଗୁଡ଼ାକ 

ସ୍ମୃତିର କବାଟ ଖୋଲି ଛଳନାର ରବରରେ ଲିଭିଯାଏ

ବିଶ୍ୱସ୍ତ ସାଜିଥିବା କେତୋଟି ମୁହୂର୍ତ୍ତମାନ

ଭଣ୍ଡେଇଦେଇ ଛାଡି ଚାଲିଯାନ୍ତି ଅଧା ମରୁରାସ୍ତାରେ

ସମୟଟା ଆଖିରୁ ଲୁହ ଗଡାଇ

ବହୁତ ଅନୁତାପ କରେ

କାହିଁକି ନା 

ସେ ପରା ଥିଲା 

ତା ପ୍ରେମ ପ୍ରଣୟର ପ୍ରକୃତ ନିଚ୍ଛକ ମୂକସାକ୍ଷୀ।


ପୂର୍ବର ପ୍ରେମବୋଳା ପ୍ରତିଶ୍ରୁତି ଗୁଡାକ

ବାଟ ଭାଙ୍ଗି କୁଆଡେ ଚାଲିଯାଏ

ଆଦରର ସରାଗୀ ମଧୁର କଥାଗୁଡ଼ାକ

ସମୟ କ୍ରମେ ରୁକ୍ଷ ହୋଇ କ୍ଷତାକ୍ତ କରେ

ଭାବି ସିନା ପାରେନା ହୃଦୟର ଆବେଗକୁ

ମାପି ସିନା ପାରେନା ତା ଭଲପାଇବାର ଲମ୍ବା ରାସ୍ତାକୁ

ହେଲେ ସେ ରାସ୍ତାଟା ଲୁହ ଝରାଇ

ଧିକ୍କାର କରେ ସେଇ ପ୍ରବଞ୍ଚାନାକୁ

ନିଜ ଆଖିର ଲୁହକୁ ପିଇଯାଇ ପାଲଟିଯାଏ 

ବାରମ୍ବାର ଦଗ୍ଧ ହେଉଥିବା ସହନଶୀଳ ଆର୍ଯ୍ୟ ସନ୍ନ୍ୟାସୀ।


 ଅତୀତର ଗଠନମୂଳକ କଥା ସବୁ ଲୁଚିଯାନ୍ତି ନାସ୍ତିକତାର ଅଭିଧାନରେ

 ସେଦିନର ଉତ୍ସୁକ ହୃଦୟଟା ହେୟଜ୍ଞାନ କରେ 

ତା ପୂରୁବ ଅନ୍ତରଙ୍ଗ ମଣିଷଟାକୁ

ନିଃସଙ୍ଗ ଲାଗେ ସେହି ପ୍ରେମୀଟାକୁ 

ସ୍ମରଣ କରି ସେଇ କେଇକ୍ଷଣ ଅନ୍ତରଙ୍ଗ ମୁହୂର୍ତ୍ତକୁ

ଆଶ୍ଚର୍ଯ୍ୟ ଲାଗେ ଦେଖି ସେ ଅଦ୍ଭୁତ ପରିବର୍ତ୍ତନ

ଆଖିବୁଜି ଗୁମୁରି କାନ୍ଦେ ତା ଦେହ ଓ ମନ

ବିବେକଟା ଦୁଃଖରେ ମ୍ରିୟମାଣ ହୋଇ 

ଅନାଥ ସମ ଥକି ବସିପଡ଼େ

ପ୍ରଶ୍ନ ପରେ ପ୍ରଶ୍ନ ବିଞ୍ଚି କହେ...

ଛି.. ଛି.. ରେ ମିଥ୍ୟାବାଦିନୀ

ଏଇ କଣ ଥିଲା 

ତୋର ଛଳନାର ଅବାସ୍ତବ ଅଭିଳାଷ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance