ଅଭାଗା ମଣିଷ -ଲୁହ
ଅଭାଗା ମଣିଷ -ଲୁହ
ଆବେଗ ପ୍ରବଣ ମଣିଷର ମନ
ଭାଙ୍ଗି ଗଲେ ଧୈର୍ଯ୍ୟ ବନ୍ଧ
ଝରେ ଅବିରତ ଆଖିରୁ ଲୋତକ
ମାନେ ନାହିଁ ବନ୍ଧ ବାଡ଼ ।
ଦୁଃଖ ଅବଶୋଷ ପୀଡ଼ା ନିର୍ଯାତନା
ହୁଏ ଯେବେ ଦୁର୍ବିସହ
ଶୟନେ ସ୍ୱପନେ ଅବା ଜାଗରଣେ
ଗୁମୁରି ଉଠଇ କୋହ ।
ଫାଟିଯାଏ ବୁକୁ ଯନ୍ତ୍ରଣା କାତରେ
ଦୁଃଖ ହୁଏ ମର୍ମଭେଦୀ
ଚିତ୍କାରେ ମଣିଷ ଲୁହ ଆର୍ତ୍ତନାଦେ
ଅନ୍ତର ହୁଏ ତା ରୁନ୍ଧି ।
ବିଷମୟ ଯେଣୁ ବିଷାଦର ଯୋଗ
ରୋଦନ କଷ୍ଟ ବେଦନା
ପ୍ରିୟ ପରିଜନ ସର୍ବେ ଦେଇଥାନ୍ତି
ଆଶ୍ୱ।ସନା ପ୍ରବୋଧନା ।
ମଣିଷ ଅଟଇ ସାମାଜିକ ପ୍ରାଣୀ
ଏକା ପାରିବନି ବଞ୍ଚି
ସୁଖେ ଅବା ଦୁଃଖେ ହୋଇ ସହଭାଗୀ
ମିଳିମିଶି ରହେ ତିଷ୍ଠି ।
ପରଙ୍କୁ ଭାବିବା ଆପଣାର ପ୍ରାୟ
ନ ଦେବା କା ମନେ ଦୁଃଖ
ନିଜ କାରଣରୁ ନ ଭୋଗୁ କେ କଷ୍ଟ
ସଙ୍କଳ୍ପ ନେବା ଉଚିତ ।
ସଦବୁଦ୍ଧି ପ୍ରଭୁ ଦିଅନ୍ତୁ ସଭିଙ୍କୁ
ବିକଶୁ ମାନବିକତା
ଜ୍ଞାତ ବା ଅଜ୍ଞାତେ ବିବେକାନୁଶାସନେ
ଆଚରନ୍ତୁ ସୈ।ଜନ୍ୟତା ।