STORYMIRROR

DR PRASANTA KUMAR BISWAL

Tragedy

4  

DR PRASANTA KUMAR BISWAL

Tragedy

ଆତ୍ମଲିପି

ଆତ୍ମଲିପି

1 min
206


(ବାତ୍ୟା ପରେ ଏକ କୃଷକର କରୁଣ କାହାଣୀ)

======

କେତେ ଆଶା ବାନ୍ଧି ଗଢିଥିଲା ସିଏ

ଝାଟି ମାଟିର ଏ ଘର,

 ସବୁ ଧୋଇନେଲା ନୀଡ ବି ହଜିଲା

ବନ୍ୟାବାତ୍ୟା ଆଁ ଭିତର ।


ଜମି ଦୁଇ ମାଣ କରି ନିବେଦନ

ସାହୁକାରୁ ମିଳିଥିଲା,

ସେତକ ସମ୍ବଳ ଥିଲାତ କେବଳ

ଲୁଣାପାଣି ମାଡିଗଲା ।


ପୁଅ ପଢାଇବ ଝିଅ ବାହା ଦେବ

କେତେ ସ୍ବପ୍ନ ଆଙ୍କିଥିଲା,

କେମିତି ଚଳିବ ଜୀବନ ବଞ୍ଚିବ

ଭାଗ୍ୟ ବି ଦାଉ ସାଧିଲା ।


ଚାରିଦିନ ହେଲା ପିଲେ ତ ଭୋକିଲା

ପେଟକୁ ଯାଇନି ଦାନା,

ସତୁରି ବରଷ ମାଆ ବୁଢୀ ତାର

ନ ଥିଲା ତା ପାଇଁ କନା ।


ଚୁଡା ଗୁଡ ଗଣ୍ଡେ ମିଳିଥିଲା ଯାହା

ପାଞ୍ଚ ପ୍ରାଣୀ ଖାଇଥିଲେ,

ପେଟର ବିକଳେ ଭୋକର ଆକୁଳେ

ଛତ୍ରରୁ ଅନ୍ନ ଆଣିଲେ ।


କରୋନା ବେମାରୀ ଆସିଲା କିପରି

ହେଲା ଥଣ୍ଡା କାଶ ଜର,

ଦେହ ପୀଡା ହେଲା ଖାଦ୍ୟ ନ ରୁଚିଲା

ରହିଲେ ସଙ୍ଗ ରୋଧର ।


ସେବା କେ କରିବ ଯତ୍ନ କିଏ ନେବ

ସବୁ ନିଃସଙ୍ଗ ଜୀବନ,

ଏପରି ଚିନ୍ତାରେ ଜୀଇଁଜୀଇଁ ମରେ

ଧିକ୍କାରେ ମନକୁ ମନ।


ମନେ ମନେ କେତେ ମାନସିକ କରେ

ମୁଣ୍ଡିଆ ମାରଇ ନିତି,

ପରିବାର ଏବେ ତୋର ହାତେ ବନ୍ଧା

ତୁହି କରିପାରୁ ମୁକ୍ତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy