STORYMIRROR

sushama Parija

Tragedy

2  

sushama Parija

Tragedy

ଆତ୍ମଦାହ

ଆତ୍ମଦାହ

2 mins
3.1K


ଆତ୍ମଦାହ

_________

ଅସ୍ତରାଗର ପୂରବୀ ମୁଁ ଯେ

ମାଗ ନାହିଁ ମତେ ଜୋଛନା ।

କଳଙ୍କର ଟୀକା ପିନ୍ଧିଛି ମଥାରେ

ଭୋଗିଛି ନରକ ଯାତନା ।।

ବାହାଘର ପରେ କେତେ ଯତନ ରେ

ଗଢି ଥିଲେ ଛୋଟ ନୀଡ ଆମର ।

ଟିକି ଟିକି କାଠି କୁଟା ସଜାଇ କି

ସଜାଇ ଥିଲେ ଏ ସୁନା ସଂସାର ।।

ବିଭୁ କୃପା ବଳେ ସୁଖେ ଦୁଃଖେ ପରା

ଗଡି ଚାଲିଥିଲା ଦିନ ଆମର

ବରଷକ ପରେ କୁନି ଆସି ଥିଲା

ପୂର୍ଣ୍ଣ କରିବାକୁ ଆମ ସଂସାର ।।

କେଡେ ସରାଗ ରେ ଡାକି ନେଇ ସାଥେ

ଯାଉଥିଲ ସାଙ୍ଗ ଭାଇ ଭୋଜି କି ।

ଅଧା ବାଟେ ମୋତେ ଛାଡି ଦେଇ କେହ୍ନେ

ଚାଲି ଗଲ ମତେ ନ ଖୋଜିକି।।

ପରିଶ୍ରା ଯିବାକୁ ଓହ୍ଲାଇ ଥିଲି ମୁଁ

ଆଉ କିଛି ଦୋଷ କରି ନଥିଲି

ଜଙ୍ଗଲ ରାସ୍ତାରେ ଛାଡି ଯିବ ମତେ

ସପନେ ସୁଦ୍ଧା ମୁଁ ଭାବି ନଥିଲି ।।

ନିଝୁମ୍ ରାତିରେ ନିରାଶ୍ରୟ ନାରୀ

ଦେଖି ବେଢିଗଲେ ଡାହାଳ ଗଣ

ଇଜ୍ଜତ ମହତ ସବୁ ଲୁଟି ନେଇ

ଛାଡି ଦେଇ ଗଲେ ଏ ନିର୍ଲଜ ପ୍ରାଣ ।।

ହାତ ଗୋଡ ଧରି କେତେ ମୁଁ କାନ୍ଦିଲି

ଅନୁରୋଧ କଲି ନେହୁରା ହୋଇ

ଛୋଟ ଝିଅଟି ମୋ ଗାଡିରେ କାନ୍ଦୁଛି

ଛାଡି ଦିଅ ମୋତେ ମୋହରି ଭାଇ।।

ଭାଇ ନୁହଁନ୍ତି ସେ ରାକ୍ଷସ ପଲକ

ବିଦାରି ଦେଲେ ସେ ମୋର ଶରୀର

ଭୋକ ମେଣ୍ଟାଇବା ପରେ ଫିଙ୍ଗିଦେଲେ

କେଜାଣି ସେ କେଉଁ ରାସ୍ତା ଉପର।।

ମରିବାକୁ ଚାହିଁ ମରି ପାରିଲିନି

ଦିଶିଗଲା ମତେ ଝିଅ ର ମୁହଁ

ଏ ଅଇଁଠା ଦେହକୁ ନେଇ ମୁଁ ତୁମକୁ

ମୁହଁ ଦେଖାଇବି କେମିତି କୁହ ? ।।

ଝିଅ କଥା ମନେ ଭାବି ଭାବି ସିନା

ଭଉଣୀ ଘରକୁ ଆସିଛି ଆଜି ।

ତା'ର ମୁଁହ ଚାହିଁ ବାକୀ ଜୀବନ ଟା

କାଟି ଦେବି ବୋଲି ମନେ ଭାବିଛି ।।

ଅହଲ୍ୟାର ଦଶା ଭୋଗିବାକୁ କ'ଣ

ମୋର ଏଇ ପୋଡା କପାଳେ ଥିଲା ?

ବିନା ଦୋଷେ ଏଇ ଦଣ୍ଡ କାହିଁ କହ

ଦାରୁଣ ଦଇବ ମୋତେ ଯେ ଦେଲା ? ।।

ସାରା ଦୁନିଆଁର ଟାହିଟାପରା ଓ

ଲୋକଲଜ୍ଜ୍ୟା ସହି ପାରିବି ନାହିଁ ।

ଝିଅ ସହ ପ୍ରାଣ ହାରିଦେବି ପଛେ

ତୁମ ପାଶେ ଫେରି ପାରିବି ନାହିଁ ।।


Rate this content
Log in

Similar oriya poem from Tragedy